ଗ୍ରାମସଭାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ

ଯୋଡ଼ା : ଯୋଡା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଉପୁଜିଛି । ଏ ନେଇ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଆଶଙ୍କା କରି ପୋଲିସ ଉକ୍ତ ପେଟ୍ରୋଲିଂକୁ କଡାକଡି କରିଛି । ଯୋଡା ଥାନା ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ଲହଣ୍ଡା ଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଗ୍ରାମସଭା ସରିବା ପରେ ସନ୍ଧ୍ୟା ପ୍ରାୟ ୫ ଘଟିକା ସମୟରେ ଗ୍ରାମସଭା ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗ୍ରାମସଭା ବିରୋଧି ଗୋଷ୍ଠିମାନେ ସପକ୍ଷବାଦୀଙ୍କ ଘରକୁ ଯାଇ ଗଣ୍ଡଗୋଳ କରିବା ପାଇଁ ଉଦ୍ୟମ କରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳ ରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ସପକ୍ଷବାଦୀଙ୍କ ପକ୍ଷରୁ ପୋଲିକୁ ଜଣାଇବା ପରେ ଉଭୟ ଗୋଷ୍ଠିକୁ ଶନିବାର ଯୋଡା ଥାନାକୁ ପୋଲିସ ଡକାଇ ଆପୋଷ ବୁଝାମଣା ପାଇଁ ଉଦ୍ୟମ ଜାରି କରିଥିବା ଯୋଡା ଥାନା ଆଇଆଇସି ବିଜୟ କୃର୍ଷ୍ଣ ମହାପାତ୍ର କହିଛନ୍ତି । ତେବେ ଶନିବାର ଦିନ ସନ୍ଧ୍ୟା ୬.୩୦ମିନିଟ୍ ପର୍ଯ୍ୟନ୍ତ ଏହି ବିବାଦର କୌଣସି ନିଷ୍କର୍ସ ବାହାରିନଥିବା ଜଣାପଡିଛି । ପ୍ରକାଶଯୋଗ୍ୟ କି ଏକ ଶିଳ୍ପ ସଂସ୍ଥା ପକ୍ଷରୁ ଯୋଡା ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଦନପୁର ଗ୍ରାମରେ ଏକ କାରଖାନା ନିର୍ମାଣ ନିମନ୍ତେ ଜଙ୍ଗଳ ଜମିକୁ ଅଣ ଜଙ୍ଗଲ ଜମିରେ ରୂପାନ୍ତରିତ କରିବା ପାଇଁ ବ୍ଲକ ପକ୍ଷରୁ ବିଭିନ୍ନ ଗ୍ରାମରେ ଗ୍ରାମସଭା କରାଯାଇଥିଲା । ଏହି ଗ୍ରାମ ସଭାକୁ କେନ୍ଦ୍ରକରି କିଛି ବିରୋଧି ଓ ସପକ୍ଷବାଦୀ ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ତେବେ ଅଂଚଳରେ ଏହାକୁ ନେଇ ଏବେ ମଧ୍ୟ ଚାପା ଉତେଜନା ଲାଗିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ