ପାଇକ ସ୍ମାରକି ଶିଳାନ୍ୟାସ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁମତି ପାଇଁ ଅନୁରୋଧ କରାଯାଇଛି : ଧର୍ମେନ୍ଦ୍ର

ଖୋର୍ଦ୍ଧା : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୭ ତାରିଖ ଦିନ ପାଇକ ବିଦ୍ରୋହ ସ୍ମାରକିର ଶିଳାନ୍ୟାସ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ଶନିବାର ଖୋର୍ଦ୍ଧା ବରୁଣେଇ ପାଦଦେଶକୁ ଯାଇ ପାଇକ ସ୍ମାରକୀ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯଦି ଅନୁମତି ମିଳେ ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟ୍ରପତି ଶିଳାନ୍ୟାସ କରିବେ ବୋଲି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଳନ କରିବା ଅବସରରେ ଏଠାରେ ଗୋଟିଏ ସ୍ମାରକ ନିର୍ମାଣର ପରିକଳ୍ପନା ଭାରତ ସରକାରଙ୍କ ଥିଲା । ଏଥିପାଇଁ ରାଜ୍ୟ ସରକାର ଜମି ଉପଲବ୍ଧ କରିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖି ପାଇକ ସ୍ମାରକୀ ନିର୍ମାଣ ପାଇଁ ୧୦ ଏକର ଜମି ଉପଲବ୍ଧ କରାଇଥିବା ସୂଚନା ଦେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଏହି ସ୍ମାରକି ସମ୍ପକରେ ପ୍ରାରମ୍ଭିକ ସମୀକ୍ଷା ହୋଇଥିବା ସୂତନା ଦେଇଛନ୍ତି । ଓଡିଆ ଜାତିର ପ୍ରେରଣାର କେନ୍ଦ୍ର ତଥା ପାଇକ ବିଦ୍ରୋହର ସ୍ଥାନ ବରୁଣେଇ ପାହାଡ ପାଦଦେଶରେ ଦେଶର ଭବିଷ୍ୟତ ପିଢିଙ୍କ ପାଇଁ ନୂଆ ତୀର୍ଥ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ବନାଯିବ । ଯେଉଁ ସ୍ମୃତିସ୍ଥଳିର କଳ୍ପନା ରହିଛି ଏହା ଓଡିଆ ଜନଜୀବନ ଓ ଓଡିଆ ବୀରଗାଥାର ଏକ ଅନନ୍ୟ ତୀର୍ଥ କ୍ଷେତ୍ର ଭାବରେ ଶତାବ୍ଦୀ ଶତାବ୍ଦୀ ଧରି ଦେଶବାସୀଙ୍କୁ ପ୍ରେରଣା ଦେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ