ଦୁର୍ଗା ପୂଜା ମଣ୍ଡପରେ ସୋନୁ ସୁଦଙ୍କ ପ୍ରତିମା ତିଆରି ହୋଇଥିବା ଦେଖିବାକୁ ମିଳିଛି

ଭୁବନେଶ୍ୱର,(ୱାଇଏନ୍ଏସ୍): ଲକଡାଉନ ଓ କରୋନା ମହାମାରୀ ସମୟରେ ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ଅଭିନେତା ସୋନୁ ସୁଦ ଦେବଦୂତ ସାଜି ପହଞ୍ଚିଥିଲେ। ଏଥିସହିତ ଏବେ ବି ବିଭିନ୍ନ ଅଞ୍ଚଳରେ ସୋନୁ ସୁଦ ସାହାଯ୍ୟ ଜାରି ରଖିଛନ୍ତି। ପ୍ରବାସୀଙ୍କୁ ସାହାଯ୍ୟ କରିଥିବା ନେଇ ଇତିମଧ୍ୟରେ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିସାରିଛି। ଚଳିତ ଥର କଲିକତା ଦୁର୍ଗା ପୂଜା ମଣ୍ଡପରେ ସୋନୁ ସୁଦଙ୍କ ପ୍ରତିମା ତିଆରି ହୋଇଥିବା ଦେଖିବାକୁ ମିଳିଛି । କୋଲକତାର ଏକ ଦୁର୍ଗା ପୂଜା ସମିତି ଲକଡାଉନରେ ପ୍ରବାସୀଙ୍କୁ ସାହାଯ୍ୟ କରିଥିବାରୁ ଅଭିନେତା ସୋନୁଙ୍କୁ ସମ୍ମାନ ‌ଦେବା ତଥା ସମ୍ମାନୀତ କରିବା ଉଦ୍ଦେଶ୍ୟରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଏହି ପ୍ରତିମୂର୍ତ୍ତିରେ ଅସହାୟ ପ୍ରବାସୀ ଓ ସୋନୁଙ୍କ ପ୍ରତିମା ଜୀବନ୍ତ ଭଳି ଲାଗୁଛି। ତେବେ ପୂଜା ମଣ୍ଡପରେ ଏଭଳି ପ୍ରତିମା ସ୍ଥାପନ କରିବାକୁ ନେଇ ପୂଜା ସମିତି କହିଛନ୍ତି, ଏହାର ଅର୍ଥ ଲୋକମାନେ ସୋନୁଙ୍କ ଠାରୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାର ପାଇଁ ପ୍ରେରଣା ପାଇବା ପାଇବେ । ପୂଜା ମଣ୍ଡପରେ ନିଜର ପ୍ରତିମୂର୍ତ୍ତି ଦେଖି ସୋନୁ ଟ୍ବିଟ୍ କରି କହିଛନ୍ତି, ଏବେ ସୁଦ୍ଧା ଏହା ତାଙ୍କ ପାଇଁ ସବୁଠୁ ବଡ଼ ପୁରସ୍କାର। ଅନ୍ୟ ଏକ ଟ୍ବିଟରେ ସୋନୁ କହିଛନ୍ତି, ଜୀବନର ମୂଳଧନ କେବଳ ହାତେଇବା ନୁହେଁ ବାଣ୍ଟିବା ମଧ୍ୟ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ