ୟୁଥମାସ୍ ସେବା ସଂଘର ସମ୍ପାଦକଙ୍କ ପିତୃ ବିୟୋଗ
ଛତ୍ରପୁର, (ଦେବଦତ୍ତ ମହାରଣା) : ୟୁଥମାସ ସେବା ସଂଘର ସଂପାଦକ,ତେଜରାତି ବ୍ୟବସାୟୀ ସଂଘର ସଭାପତି ତଥା ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଭାପତି ସୟଦ ମୁକ୍ତାରଙ୍କ ପିତା ସୟଦ ରାମଜୁଙ୍କ ବିୟୋଗ ଘଟିଛି । ସେ ଜଣେ ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ଛତ୍ରପୁର ଆଖପାଖ ଅଂଚଳରେ ବେଶ ଜଣାଶୁଣା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ସେ ଗତ ୩ ମାସ ହେଲା ରୋଗାଗ୍ରସ୍ଥ ଅବସ୍ଥାରେ ଘରେ ରହିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ସ୍ତ୍ରୀ ସାରଫୁନ ନିଶା,ପୁଅ ମୁକ୍ତାର,ବୋହୁ ଆଶିୟା ବେଗମ୍ଙ୍କ ସମେତ ୫ ଝିଅ ଓ ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ସମସ୍ତ ବନ୍ଧୁ ବାନ୍ଧବ ଓ ସାହି ପଡୋଶୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ନିକଟ କୁମାରବେଗପଲ୍ଲୀ ସ୍ଥିତ କବରସ୍ଥାନରେ ତାଙ୍କୁ କବର ଦିଆଯାଇଥିଲା ।


