ବିଶ୍ୱ ଶାନ୍ତି ମହାଯଜ୍ଞ
ଭୁବନେଶ୍ୱର,( ଯୁଗାବ୍ଦ ନୁ୍ୟଜ୍) : ବିଶ୍ୱ ଶାନ୍ତି ପାଇଁ ଭୀମଟାଙ୍ଗି ଉନ୍ନୟନ ପରିଷଦ ପକ୍ଷରୁ ଭୀମଟାଙ୍ଗି ଆକାଶ ବିହାର ଗୋÂୀକେନ୍ଦ୍ରଠାରେ ମହାଯଜ୍ଞ ଶ୍ରୀମଦ୍ ଭାଗବତ ପରାୟଣ ଆରମ୍ଭ ହୋଇଛି । ଏଥିରେ ସୁନାମଧନ୍ୟ ପ୍ରବକ୍ତାବୃନ୍ଦ ପ୍ରବଚନ ପ୍ରଦାନ କରିବେ । ଏନେଇ ବିନ୍ଦୁ ସାଗରରୁ କଳସ ଯାତ୍ରା କରଯାଇ ଅଧିବାସ ଓ ବିଗ୍ରହ ସ୍ଥାପନ କାର୍ଯ୍ୟ ଶେଷ ହୋଇଛି । ଏଥିରେ ପ୍ରବକ୍ତା ପଣ୍ଡିତ ଆ•ର୍ଯ୍ୟ ମହାଦେବ ରଥ ଓ ସାଥୀବୃନ୍ଦ, ଶ୍ରୀଯୁକ୍ତ ନାରାୟଣ ମହାପାତ୍ର, ଶ୍ରୀଯୁକ୍ତ ଅନିଲ୍ କୁମାର ଦାସ, ପଣ୍ଡିତ ବିଭୂତି ଭୂଷଣ ପଲା ସାଥୀ, ଜଗଦୀଶ ମିଶ୍ର, ଡ଼ାକ୍ତର କୃଷ୍ଣକେଶବ ଷଡଙ୍ଗୀ, ପଣ୍ଡିତ ଗୋପାଳଚନ୍ଦ୍ର ରାଜଗୁରୁ, ନିର୍ବାଣ ସନ୍ଥ ଭଗବାନଦାସ ମହାରାଜ ପ୍ରମୁଖ ପ୍ରବଚନ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମ ୨୨ ତାରିଖ ପର୍ଯ୍ୟନ୍ତ •ଲିବ । ଏଥିରେ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଆସନ୍ତା ୨୨ ତାରିଖ ପୂର୍ଣ୍ଣାହୂତିରେ ଯୋଗଦେବେ । ଭୀମଟାଙ୍ଗି ଉନ୍ନୟନ ପରିଷଦର ଦ୍ୱାବିଂଶତମ ବାର୍ଷିକ ଉତ୍ସବରେ ଯୋଗଦେବାକୁ ନିବେଦନ କରାଯାଇଛି ।


