ଜିଲ୍ଲାସ୍ତରୀୟ ବାର୍ଷିକ ଇଜତେମା ଉଦଘାଟିତ
ଭୁବନେଶ୍ବର(ଓ୍ବାଇଏନଏସ): ୟୁନିଟ-୪ ସ୍ଥିତ ମସଜିଦ ହମଦ୍ ଠାରେ ପଞ୍ଚମ ଜିଲ୍ଲାସ୍ତରୀୟ ବାର୍ଷିକ ଇଜତେମା ମଜଲିସ ଖୁଦ୍ଦାମୁଲ ଓ ଅତଫାଲୁଲ ଅହମଦୀୟା ଜିଲ୍ଲା ଖୋର୍ଦ୍ଧା-ନୟାଗଡ ଓ ପୁରୀ ଉଦଘାଟିତ ହୋଇଛି । ଏହି ଇଦଘାଟନୀ ଉତ୍ସବରେ ଅଖିଳ ଭାରତ ମଜଲିସ ଖୁଦ୍ଦାମୁଲ ଅହମଦିୟାର ଉପସଭାପତି ସୟଦ ସଇଦୁଦ୍ଦିନ ସଭାପତିତ୍ଵ କରିଥିଲେ । ପବିତ୍ର କୋରାନ ପାଠ ଅଲିମ ଅହମଦ କରିଥିଲେ । ମଜଲିସ ଖୁଦ୍ଦାମୁଲ ଅହମଦିଆର ଶପଥ ପାଠ ଅଖିଳ ଭାରତ ମଜଲିସ ଖୁଦ୍ଦାମୁଲ ଅହମଦିୟାର ଉପସଭାପତି ସୟଦ ସଇଦୁଦ୍ଦିନ କରାଇଥିଲେ । ଉର୍ଦ୍ଦୁ ନଜମ(କବିତା)ମବରୁର ଅହମଦ ପରିବେଷଣ କରିଥିଲେ । ବିଶ୍ଵବ୍ୟାପୀ ଅହମଦିୟା ମୁସଲିମ ସଂଗଠନର ସର୍ବୋଚ୍ଚ ମୁଖ୍ୟ ତଥା ପଞ୍ଚମ ଖଲିଫା ହଜରତ ମିର୍ଜା ମସରୁର ଅହମଦଙ୍କ ବାର୍ତ୍ତା ପଢି ଶୁଣାଇଥିଲେ ମଜଲିସ ଖୁଦ୍ଦାମୁଲ ଅହମଦିୟା ଜିଲ୍ଲା ଖୋର୍ଦ୍ଧାର ଯୁବ ସଭାପତି ସୋଲେମାନ ଅହମଦ ଖାନ । ସଭାପତିତ୍ଵ ଭାଷଣରେ ଅଖିଳ ଭାରତ ମଜଲିସ ଖୁଦ୍ଦାମୁଲ ଅହମଦିୟାର ଉପସଭାପତି ସୟଦ ସଇଦୁଦ୍ଦିନ କହିଲେ, ନମାଜ ହେଉଛି, ଭକ୍ତ ଓ ଭଗବାନଙ୍କ ସମ୍ପର୍କର ସେତୁ । ନମାଜ ପାଠ ଦ୍ଵାରା ସମସ୍ତ ପ୍ରକାରର ପାପ କ୍ଷୟ ହୋଇଥାଏ । ନମାଜ ପାଠ ଦ୍ଵାରା ମନ ଓ ମସ୍ତିସ୍କ ସ୍ଵସ୍ଥ ଓ ଶାନ୍ତ ରହିଥାଏ । ‘’ନମାଜ ହେଉଛି ଏପରି ଏକ ବାହନ ଯାହା ଭକ୍ତଙ୍କୁ ପ୍ରଭୁ ନିକଟକୁ ନେଇଯାଏ। ଦୁଷ୍ଟ ସେନା ବିରୁଦ୍ଧରେ ନମାଜ ଏକ ଦୁର୍ଗ ପରି କାର୍ଯ୍ୟ କରେ।‘’ ପ୍ରଥମ ଦିବସର କ୍ରୀଡା ପ୍ରତିଯୋଗିତାରେ ୧୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବାଟୁଲି ଚାଳନା ଫୁଟବଲ ଏବଂ ଭଲିବଲ ଖେଳ ହୋଇଥିଲା । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରର ସଭାପତି ସଇଫୁର ଅହମଦ , ଜିଲ୍ଲାର ମୁଖ୍ୟ ପ୍ରଚାରକ ହଲିମ ଅହମଦ, ଭୁବନେଶ୍ୱରର ସଭାପତି ଡକ୍ଟର ଜହିରୁଦ୍ଦିନ ଖାନ, ସିଦ୍ଦିକ ଖାନ, ସୋଲେମାନ ଅହମଦ ପ୍ରମୁଖ ଜିଲ୍ଲା ଯୁବ ସଂଗଠନ ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ,ଇଜତେମା କମିଟିର ସଭାପତି ପରୱେଜ ଅହମଦ ସିରାଜ, ଭୁବନେଶ୍ୱର ଅହମଦିୟା ମୁସଲିମ ଜମାଅତର ମୁଖ୍ୟ ପ୍ରଚାରକ ହଲିମ ଖାନ ଶାହିଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ତାହିର ଅହମଦ, ନିଜାମୁଦ୍ଦିନ ଖାନ, ମୁବାରକ୍ ଅହମଦ, ଶମୀମ ଅହମଦ, ଅଲିମ୍ ଅହମଦ, ହାସିମ୍ ଅହମଦ, ଅବଦୁଲ ସଲାମ, ମିସବାଉଦ୍ଦୀନ ଖାନ, ଏବଂ ସଂଗଠନର ଅନେକ ଯୁବକ ଓ ପିଲାମାନେ ସହଯୋଗ କରିଥିଲେ।


