ଲଦାଖ, ଜମ୍ମୁ ଓ କଶ୍ମୀରରେ ସମାନଭାବେ ଲାଗୁହେବ ଆରଟିଆଇ ଆଇନଗୁଜବକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ରସିଂ

ନବଗଠିତ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏବଂ ଲଦାଖରେ ସୂଚନା ଅଧିକାର ଆଇନ ଅନ୍ତର୍ଗତ କୌଣସି ସୂଚନା ପାଇବାଲାଗି ସ୍ଥାନୀୟ ଭାବେ ଆବେଦନ କରାଯାଇ ପାରିବ । ଏ ସଂକ୍ରାନ୍ତରେ ବିଭିନ୍ନ ମହଲରେ ହେଉଥିବା ବିଭ୍ରାନ୍ତିକର ସୂଚନାକୁ କେନ୍ଦ୍ରୀୟ ସୂଚନା ଆୟୋଗର ନୋଡାଲ ବିଭାଗ ତଥା କାର୍ମିକ ଓ ତାଲିମ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ରସିଂ ଖଣ୍ଡନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଡ.ସିଂକ ହିଛନ୍ତି ଯେ ୩୧ ଅକ୍ଟୋବର, ୨୦୧୯ ପର ଠାରୁ କେନ୍ଦ୍ର ଶାସିତ ପ୍ରଦେଶର ନୂଆ ବ୍ୟବସ୍ଥା ଲାଗୁହେବା ପରେ ମଧ୍ୟ ଉପରୋକ୍ତ ତିନୋଟି କ୍ଷେତ୍ରରେ ସ୍ଥାନୀୟ ଭାବେ ଆରଟିଆଇ ଆବେଦନ କରାଯାଇ ପାରିବ । ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପାଇଥିବାରୁ ଆରଟିଆଇ ଆବେଦନ ଦାଖଲ କରିବାଲାଗି ଆବେଦନକାରୀଙ୍କୁ ଦିଲ୍ଲୀ ଯାତ୍ରା କରିବାକୁ ପଡ଼ିବ ବୋଲି ହେଉଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି । ଡ. ସିଂଏହି ପ୍ରସଙ୍ଗରେ ଭାରତର କେନ୍ଦ୍ରୀୟ ସୂଚନା ଆୟୁକ୍ତ ସୁଧୀର ଭାର୍ଗବଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।ଏହା ପରେ ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ସାହସିକ ପଦକ୍ଷେପକୁ ପଣ୍ଡ କରିବା ଉଦ୍ଦେଶ୍ୟ ରଖି ସମାଜରେ ଥିବା କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏପରି ମିଥ୍ୟା ପ୍ରଚାର ଜାରି ରଖିଛନ୍ତି । ଏ ସମ୍ପର୍କରେ ସ୍ପଷ୍ଟ ଭାବେ ଡ. ସିଂ କହିଛନ୍ତି ଯେ ଗତ ୫ ବର୍ଷମଧ୍ୟରେ ମୋଦୀ ସରକାରଙ୍କ ଦ୍ୱାରା ଆରଟିଆଇ ଆବେଦନ ପ୍ରକ୍ରିୟାକୁ ବ୍ୟାପକ ସରଳ ଏବଂ ସମୟବଦ୍ଧ କରାଯାଇଛି । ଦେଶର ଅନ୍ୟ ପ୍ରାନ୍ତ ଭଳିଏହା ଜମ୍ମୁ ଓ କଶ୍ମୀର ଏବଂ ଲଦାଖରେ ସମାନ ଭାବେ ଲାଗୁହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ