ବିବାହିତ ଯୁବକଙ୍କ ଲକ୍ଷଣ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ । କାରଣ ମଥାରେ ସିନ୍ଦୂର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ ମଙ୍ଗଳସୂତ୍ର ଦେଖିଲେ ସହଜରେ ବୁଝିଯିବେ ଜଣେ ଝିଅ ବିବାହିତା କି ଅବିବାହିତା । କିନ୍ତୁ ଜଣେ ପୁଅ ବିବାହିତ କି ନୁହେଁ ସହଜରେ ଜାଣିହେବ ନାହିଁ । ଏଣୁ ଅନେକ ଯୁବକ ବିବାହିତ ହୋଇ ମଧ୍ୟ ନିଜକୁ ଅବିବାହିତ କହି ନିରୀହ ଝିଅମାନଙ୍କ ସହ ପ୍ରେମ ସମ୍ପର୍କ ରଖି ଶେଷରେ ଠକି ଦେଉଛନ୍ତି । ମାତ୍ର ଏମାନଙ୍କଠାରେ କେତେକ ଲକ୍ଷଣ ଦେଖାଦେଲେ ସହଜରେ ଅନୁମାନ କରିହେବ ସେମାନେ ବିବାହିତ କି ଅବିବାହିତ । ଫଳରେ ଆଉ ଠକାମୀରେ ପଡ଼ିବେ ନାହିଁ । ଜାଣନ୍ତୁ ଏ ସମ୍ପର୍କରେ । ଯୁବକଟିଏ ବିବାହିତ ହୋଇଥିଲେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିବେ । ଘରେ ସ୍ତ୍ରୀ ଏବଂ ପରିବାର ଥିଲେ ପ୍ରାୟ ଅନ୍ୟମନସ୍କ ରହିଥାନ୍ତି । ଅବିବାହିତ ଯୁବକମାନଙ୍କ ପରି ବିବାହିତମାନେ ମୁକ୍ତ ନୁହନ୍ତି । କେଉଁଠି ନା କେଉଁଠି ଭୟ ତାଙ୍କୁ ଘାରୁଥିବ । ଫଳରେ ସେ ଯେ କୌଣସି କଥାରେ ଅନ୍ୟମନସ୍କ ହୋଇପଡ଼ନ୍ତି । କଥାବାର୍ତ୍ତା, ଚାଲିଚଳନ ସବୁକିଛି ଭିନ୍ନ ଲାଗେ । ଅବିବାହିତ ଯୁବକ ନିଶାଦ୍ରବ୍ୟ ସେବନ କରୁଥିଲେ ତାଙ୍କୁ ବାରଣ କରିବାକୁ କେହି ନ ଥାନ୍ତି କିମ୍ବା ସେମାନଙ୍କର କାହାକୁ ଭୟ ନ ଥାଏ । ମାତ୍ର ଜଣେ ବିବାହିତ ଖୋଲାଖୋଲି ନିଶା ସେବନ କରିବାକୁ ଭୟ କରିଥାନ୍ତି । କାରଣ ସ୍ତ୍ରୀ କିମ୍ବା ପିଲାମାନଙ୍କ କଟକଣାକୁ ସେମାନେ ସମ୍ମାନ ଦେଇଥାନ୍ତି । ଏସବୁ ଲକ୍ଷଣ ଯଦି କାହାଠାରେ ଦେଖିପାରୁଛନ୍ତି ତେବେ ସେମାନେ ବିବାହିତ ବୋଲି ଧରିନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ