କବାଡ଼ି ପ୍ରତିଯୋଗିତାରେ ପୁରସ୍କାର ମିଳେ କୁକୁଡ଼ା, ମାଛ
କବାଡ଼ି ଖେଳ ସମ୍ପର୍କରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ । ଏହା ଗାଁଠାରୁ ସହର ସମସ୍ତ ବ୍ୟକ୍ତିଙ୍କୁ ଆକର୍ଷିତ କରିଥାଏ । ହେଲେ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲାରେ ଆୟୋଜିତ ହୁଏ ଏମିତି ଏକ କବାଡ଼ି ପ୍ରତିଯୋଗିତା ଯେଉଁଥିରେ ପୁରସ୍କାର ଦର୍ଶକ ତଥା ପ୍ରତିଯୋଗୀଙ୍କୁ ଆକର୍ଷିତ କରେ ବୋଲି କୁହାଯାଏ । କାରଣ ଏଥିରେ ପୁରସ୍କାର ସ୍ୱରୂପ ଛେଳି, କୁକୁଡା ଓ ମାଛ ଦିଆଯାଇଥାଏ । ଯେଉଁଥିପାଇଁ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ଏଥିରେ ପ୍ରଥମ ପୁରସ୍କାର ପାଇଁ ଗୋଟିଏ ଛେଳି, ଦ୍ୱିତୀୟ ପୁରସ୍କାରରେ ୨୦ କିଲୋ କୁକୁଡା, ତୃତୀୟ ପୁରସ୍କାରରେ ୧୫ କିଲୋ ମାଛ ଓ ଚତୁର୍ଥ ପୁରସ୍କାର ଭାବେ ୨ଶହ ଅଣ୍ଡା ଦିଆଯାଇଥାଏ ।


