ଗଞ୍ଜାମ ଉତ୍କଳ ସାମ୍ବାଦିକ ସଂଘର ଶାରଦୀୟ ବନ୍ଧୁ ମିଳନ ଓ ସାଧାରଣ ବୈଠକ 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଉତ୍କଳ ସାମ୍ବାଦିକ ସଂଘ, ଗଞ୍ଜାମ ଜିଲ୍ଲାର ଏକ ସାଧାରଣ ବୈଠକ ତଥା ଶାରଦୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁରସ୍ଥିତ ମାଁ ବୁଢାକେନ୍ଦୁ ପୀଠ ରେ ଅନୁଷ୍ଠିତ ହୋଇଯାଇଅଛି ।ପ୍ରେସ୍ କ୍ଳବ ବେଲଗୁଣ୍ଠା ସୌଜନ୍ୟତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅନୀଲ ପଟ୍ଟନାୟକଙ୍କ ସଭାପତିତ୍ୱରେ, ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଉଦ୍ଘଘାଟକ ଶ୍ରୀ ରାୟ ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।କରୋନା ରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଆଜିର ସମୟରେ ସାମ୍ବାଦିକତା ସମାଜ ପାଇଁ ଏକ ଆହ୍ୱାନ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହ ସାମ୍ବାଦିକ ନିଜ ଖବର ପରିବେଷଣରେ ସ୍ୱଚ୍ଛତା ଓ ନୀରପେକ୍ଷତା ରଖିଲେ ସମାଜର ଉନ୍ନତି ସାଧନ ହେବ । ସାମ୍ବାଦିକଙ୍କ ଆତ୍ମଚିନ୍ତନକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ସଂଘର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଥିଲା ।କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବେଲଗୁଣ୍ଠାର ବିଶିଷ୍ଟ ସମାଜସେବୀ ଭି.ଦେବୀପ୍ରସାଦ ପାତ୍ର,ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷା ପ୍ରତିନିଧି କେ.ରବୀନ୍ଦ୍ର କୁମାର ପାତ୍ର,ଶେରଗଡ ବାର୍ ଏସୋସିଏସନ୍ ସଭାପତି ରାଘବାନନ୍ଦ ପଶୁପାଳକ, ଆସିକା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ମନୋଜ କୁମାର ବିଷୋୟୀ,ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ଶେରଗଡ ଅଞ୍ଚଳର ସମାଜସେବୀ ବଳରାମ ପାଢ଼ୀ,ଶେରଗଡ ପ୍ରେସ୍ କ୍ଳବ ସଭାପତି ସୁର୍ଯ୍ୟ ନାରାୟଣ ଦାସ, ଯୁବ ଉଦ୍ୟୋଗୀ ଅବନୀ କୁମାର ଦାସ,କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାଇକ,କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଯୋଜକ ଜଗନ୍ନାଥ ନାୟକ, ଯୁବ କବି ଶିଶିର କୁମାର ସ୍ୱାଇଁ,ରେସ୍ପଣ୍ଡ ଟ୍ରଷ୍ଟ ଆବାହକ ସ୍ୱସ୍ତିସୁନ୍ଦର ସିଅ,ଯୋଗାଣ ସହାୟକ ରାଜେଶ କୁମାର ସ୍ୱାଇଁ,ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରମୁଖଙ୍କୁ ନିଜର ଉତ୍ସର୍ଗୀକୃତ ସେବା ପାଇଁ ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ ସମ୍ପାଦକ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର,ମୁଖ୍ୟବକ୍ତା ନୟାଗଡ଼ ଜିଲ୍ଲା ସମ୍ପାଦକ ଆଦର୍ଶ ପଟ୍ଟନାୟକ,ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ,ୟୁଜେଏ ସମ୍ପାଦକ ବଳରାମ ପାଢ଼ୀ, ବରିଷ୍ଠ ସାମ୍ବାଦିକ କାଳୀଚରଣ ପାଢ଼ୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସଦସ୍ୟ ବିଭୁପାଦ ଜେନା,ସୁରେଶ ସୁବୁଦ୍ଧି,ସରୋଜ ଶତପଥୀ,ପ୍ରଭାତ ସାହୁ,ସନ୍ତୋଷ ବିଷୋୟୀ,ସନ୍ତୋଷ ତ୍ରିପାଠୀ,ସୁଶାନ୍ତ ବେହରା,ଚନ୍ଦନ ସାହୁ,ରାଜେଶ ପାତ୍ର,ମାଧବ ଆପଟ,ଶିବରାମ ଚୌଧୁରୀ,ପଞ୍ଚାନନ ସାହୁ,ରାଜେଶ ପଣ୍ଡା, ଭବାନୀ ପାଳ,ମନୋଜ ଦାସ ପ୍ରମୁଖ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ