ଗ୍ରାହକଙ୍କୁ ଇଶ୍ଵର ଭାବି ୩୦ ବର୍ଷ ହେବ ଵାରମଜା ଵିକୁଛନ୍ତି ଶଙ୍କର୍ଷଣ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କର୍ମ ଛୋଟ ହେଉକି ଵଡ ସେଥିରେ କିଛି ଫରକ ନଥାଏ ଏଥିରେ ଯଦି ଏକାଗ୍ରତା,ସାଧୁତା,ନିଷ୍ଠା ଓ କର୍ମକୁଶଳତା ଥାଏ ତାହା କର୍ମ ଯୋଗରେ ପରିଣତ ହୋଇଯାଏ । ଆଖିକୁ ଦେଖାଯାଉଥିବା ଛୋଟ କାମ ବି ଅନେକ ଲୋକଙ୍କ ମନକୁ ଵାନ୍ଧି ରଖିଥାଏ । ଆଲୋଚ୍ୟ ପ୍ରସଙ୍ଗ ରେ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ତେସିଗାଂ ପଞ୍ଚାୟତ ବିଶୋଳ ଗ୍ରାମର ଶକର୍ଷଣ ସେନାପତି ଙ୍କ କର୍ମକୁଶଳତାର କଥା, ଵିଶୋଳ-କୁଲଣା ମୈତ୍ରୀ ଉଚ୍ଚ ଵିଦ୍ୟା ପିଠ ପ୍ରାଙ୍ଗଣରେ ଶକର୍ଷଣ ପ୍ରାୟ ୩୦ବର୍ଷ ହେବ ବାର ମଜା ଵିକି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି | ଉକ୍ତ ଵିଦ୍ୟାଳୟରୁ ୫ମ ପଢା ସାରିଵା ପରେ ଵହି ଵସ୍ତାନୀରେ ତାଙ୍କର ଡୋରି ବନ୍ଧା ଯାଇଥିଲା । ଘରର ଆର୍ଥିକ ସ୍ଥିତି ଭଲ ନଥିଵାରୁ  ସେହି ଵିଦ୍ୟାଳୟ ପ୍ରାଙ୍ଗଣରେ ଵାରମଜା ଵିକିଵା ଆରମ୍ଭ କରିଥିଲେ । ଯେତେବେଳେ ୨୫/୫୦ପଇସାରେ ପାଟି ସୁଆଦ ଜିନିଷ ଵଜାରରେ ମିଳୁଥିଲା ସେହି ସମୟରୁ ଶକର୍ଷଣଙ୍କ ବାରମଜା ବିକ୍ରି ଆରମ୍ଭ ହୋଇଛି । ମଟର ସିଝା , ଶୋଲା ,ଵାଦାମ ,କାକୁଡି, ପିଆଜ, ଗଜାମୁଗ ସହିତ ଧଣିଆପତ୍ର,ଗୋଲମରିଚ, ଜୁଆଣୀ,ଜିରାଗୁଣ୍ଡ ,ଲଙ୍କାଗୁଣ୍ଡ, ଆମଚୁର ଗୁଣ୍ଡ ମିଶାଇ ଶକର୍ଷଣ ଵାରମଜା ତିଆରି କରିଥାନ୍ତି । ତାଙ୍କ ଵାରମଜାରେ ମାଟିହାଣ୍ଡି ତେନ୍ତୁଳି ଖଟା ପ୍ରୟୋଗ ଏକ ନିଆରା ସ୍ୱାଦ ଆଣିଥାଏ । ସ୍କୁଲ ଖେଳଛୁଟି ହେଲେ ଵାରମଜା ଠେଲା ସାମ୍ନାରେ ପିଲାଙ୍କ ଲାଇନ ଲାଗିଥାଏ । ଏହା ଛଡା ଶକର୍ଷଣଙ୍କ ଵାରମଜାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଵି ହୁଏ । ଵାଟଗଲା ଲୋକ ଥରେ ଖାଇଲେ ଦ୍ଵିତୀୟ ଵାର ମଧ୍ୟ ଶକର୍ଷଣଙ୍କ ଠେଲା ଆଗରେ ରହିଥାଏ । ନିଆରା ସ୍ଵାଦକୁ ନେଇ ଶଙ୍କର୍ଷଣଙ୍କ କହିଵା କଥା ହେଲା ସେ ସଵୁ ଗ୍ରାହକଙ୍କୁ ଇଶ୍ଵର ଭାବି ଵାରମଜା ତିଆରି କରିଥାନ୍ତି । ଵାରମଜାରେ ସମସ୍ତେ କିଛିନା କିଛି ଆଧୁନିକ ଖାଦ୍ୟ ସାମଗ୍ରୀ ଵ୍ୟଵହାର କରୁଥିଵା ଵେଳେ ସେ କିନ୍ତୁ ପାରମ୍ପରିକ ଭାବେ ଏହାକୁ ତିଆରି କରିଥାଆନ୍ତି । ଯେଉଁଥି ପାଇଁ ଦୂରଦୂରାନ୍ତ ଗ୍ରାହକ ତାଙ୍କୁ ଵାହାଵାହା ଦେଇଥାନ୍ତି । ବାରମଜା ସହିତ ତାଙ୍କର ହାତ ତିଆରି ଝାଲମୁଡି ମଧ୍ୟ କିଛି କମ ସୁସ୍ୱାଦୁ ନୁହେଁ । ଏବେ ଦୈନିକ ଏଥିରୁ ୮୦୦ ରୁ ୧୦୦୦ ଟଙ୍କା ରୋଜଗାର ହେଉଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ କିଛି ଅସୁବିଧା ହେଉନଥିବା ସେ କହିଛନ୍ତି । ସେ ଯାହାଵି ହେଉ’ଯେକୌଣସି କାମକୁ ଯଦି ନିଷ୍ଠାପର ଭାବେ କରାଯାଏ ତାହା କର୍ମଯୋଗ ରେ ପରିଣତ ହୋଇ ନିଜକୁ ସ୍ୱାବଲମ୍ବୀ କରିପାରେ’ଏହା ଶକର୍ଷଣଙ୍କ ଵାରମଜା ଵ୍ୟଵସାୟରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ