ପତ୍ରିକା ‘ ସବୁଜପତ୍ର’ ଉନ୍ମୋଚିତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ସହରର ଲବ୍ଧ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଲୋକସେବା ପରିଷଦର ମୁଖପତ୍ର ‘ ପତ୍ରିକା ‘ ସବୁଜପତ୍ର  ସ୍ଵତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଶନିବାର ପବିତ୍ର କୁମାରୋତ୍ସବ ଅବସରରେ ଅନୁଷ୍ଠିତ ହୋଇଯାଇଛି । ପତ୍ରିକା ସମ୍ପାଦକ କୁରେଶୁ ପଣ୍ଡା ଙ୍କ ସଂଯୋଜନାରେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଭୀଷ୍ମଗିରି ରାମଜୀ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ  ଡ଼. ଯୁଧିଷ୍ଠିର ସ୍ବାଇଁ ମୁଖ୍ୟ ଅତିଥି ଏବଂ ଗଜପତି ଜିଲା ମୋହନା ହିଲ୍ ଟପ୍ କଲେଜ ପ୍ରାଧ୍ୟାପକ ଡ଼. ପ୍ରଣବାନନ୍ଦ ପାଟ୍ଟଯୋଶୀ, ଖେମୁଣ୍ଡି ଓକିଲ ସଂଘ ସମ୍ପାଦକ ଅଶେଷ ନାଥ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ମୋହନା କଲେଜ କ୍ରୀଡା ଅଧ୍ୟାପକ ମୀନକେତନ ମିଶ୍ର,ସାମାଜିକ କର୍ମୀ ତପନ କୁମାର ମିଶ୍ର, କାମନା ରଞ୍ଜନ ପଣ୍ଡା, ଆଇନଜୀବୀ ମନୋରଞ୍ଜନ ପଣ୍ଡା, ଲକ୍ଷ୍ମଣ ବେହେରା,ଭୀଷ୍ମଗିରି ସେବା ସମବାୟ ସଭାପତି ମନୋଜ କୁମାର ସାହୁ ପ୍ରମୁଖ ବହୁ ସଂଖ୍ୟକ ସାହିତ୍ୟକ ଙ୍କ ଉପସ୍ଥିତିରେ ପତ୍ରିକା ଉନ୍ମୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ