ହିଞ୍ଜିଳିକାଟୁ ଇନଡ଼ୋର ଷ୍ଟାଡ଼ିୟମ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମର କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ମାଇଲ ଖୁଂଟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ଏକମାତ୍ର ଆନ୍ତର୍ଜାତୀୟ ସ୍ତରୀୟ ଇନଡ଼ୋଣ ଷ୍ଟାଡ଼ିୟମକୁ ସୋମବାର ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଅଂଚଳବାସୀଙ୍କ ଉଦ୍ଦ୍ୟେଶରେ ଲୋର୍କାପିତ କରିଛନ୍ତି । ଏହି ଉପଲକ୍ଷେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ମିନିସ ଷ୍ଟାଡ଼ିୟମ ପରିସରରେ ୧୦କୋଟି ୯୮ଲକ୍ଷ ୭୫ ହଜାର ୨୨୭ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଇନଡ଼ୋର ଷ୍ଟାଡ଼ିୟମକୁ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କାର୍ତିକେୟାନ ପାଣ୍ଡିୟାନ ହିଞ୍ଜିଳି ସମେତ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଭୂବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମର ଉଦଘାଟନ ସର୍ମ୍ପକରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଚାଲିଥିବା ବିକାଶ ଧାରାର ଅଂଶବିଶେଷ ଇନଡ଼ୋର ଷ୍ଟାଡ଼ିୟମ ଫଳରେ ଅଂଚଳର କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କ ସକାଶେ ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା ସାଉଁଟିଥିଲେ ଏବଂ ଦୀର୍ଘ ଜୀବନ କମାନା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିଞ୍ଜିଳି ଇନଡ଼ୋର ଷ୍ଟାଡ଼ିୟମକୁ ଆନୁଷ୍ଠାନିକ ଭାବେ ଅଂଚଳବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ ।
ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ପରିସରରେ ନିର୍ମିତ ଇନଡ଼ୋର ଷ୍ଟାଡ଼ିୟମରେ ଏକାକାଳୀନ ୪ଟି ବ୍ୟାଟ୍ମିଂଟନ, ଟେବୁଲ ଟେନିସ, ବାସ୍କେଟବଲ୍ ଏବଂ ଭଲିବଲ ଖେଳ ସକାଶେ ସୁବିଧା ଉପଲବ୍ଧ ରହିଥିବା ବେଳେ ୩ଶହ କ୍ରୀଡ଼ାବିତ୍ଙ୍କ କ୍ରୀଡ଼ାର ବିକାଶ ସକାଶେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ରହିଥିବା ପ୍ରଶାସନିକ ଅଧିକାରୀଙ୍କ ସୂଚନା ମିଳିଛି । ସଂପୃକ୍ତ ଇନଡ଼ୋର ଷ୍ଟାଡ଼ିୟମ ରାଜ୍ୟ ସରକାରଙ୍କ କ୍ରୀଡ଼ା ଯୁବ ବ୍ୟାପାର ବିଭାଗ ଦ୍ୱାରା ନିର୍ମିତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ତତ୍ୱାଧାନରେ ଆୟୋଜିତ ଲୋକାର୍ପିତ କାର୍ଯ୍ୟକ୍ରମରେ ମୁୂଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ହିଞ୍ଜିଳି ପୂର୍ବତନ ବିଧାୟକ ହରିହର ସାହୁ, ହିଞ୍ଜିଳି ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଶେରଗଡ଼ ବ୍ଳକ ଅଧ୍ୟକ୍ଷା ସାରସ ସ୍ୱାଇଁ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ ନଗରପାଳ ଗୌରୀ ପାଣିଗ୍ରାହୀ, ଆସିକା ସଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୌରାଂଚଳ ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ରକୁମାର ମିଞ୍ଜ, ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ଶେରଗଡ଼ ବିଡ଼ିଓ ସୁରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଅକ୍ଷୟ ସ୍ୱାଇଁଙ୍କ ସମେତ ବହୁ ଜନ ପ୍ରତିନିଧି ଓ ଅଂଚଳର ବହୁ ବୁଦ୍ଧିଜୀବି ଓ ଜନସାଧାରଣ ଉପସ୍ଥିତ ଥିଲେ ।


