ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚିତ ଜନଜାତି ତାଲିକା ରୁ ବାଦଦେବା ନେଇ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ଗଜପତି,(ତାରିଣୀ ପ୍ରସାଦ ପଣ୍ଡା):ଭାରତରେ ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ସରକାର ଜନଜାତିଙ୍କର ଉନ୍ନତି ନିମନ୍ତେ ଅନେକ ଚେଷ୍ଟା ଏବଂ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯୋକନାର ସମସ୍ତ ଶ୍ରେୟ କେତୋଟି ଅବୈଧ ଆଦିବାସୀ ମାନେ ନେଇ ଯାଉଛନ୍ତି । ପ୍ରକୃତ ଜନଜାତିର ଲୋକମାନେ ଉପକୃତ ହେଉନାହାନ୍ତି । ନିଅମ ଅନୁସାରେ ଯେଉଁ ଜନକାତିର ବ୍ଯକ୍ତି ନିଜ ମତ, ଧର୍ମ,ସଂସ୍କୃତି ଛାଡି ଅନ୍ୟ ଧର୍ମ ଗ୍ରହଣ କରେ ସେ ଜନଜାତି ସମାଜର ମାନ୍ୟତା ପାଇବେ ନାହିଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ ଯୋଜନାର ୮୦ ଶତକଡା ଭାଗର ସୁଯୋଗ ଧର୍ମାନ୍ତରୀତ ଆଦିବାସୀ ମାନେ ଉପଭୋଗ କରୁଛନ୍ତି । ତେଣୁ ଧର୍ମାନ୍ତରୀ ଜନକାତିର ଲୋକଙ୍କୁ ଜନଜାତି ତାଲିକାରୁ ବାଦ ଦେବା ପାଇଁ ଦାବୀ ଉଠିଛି । ଏଥିପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ ଜାରି ରହିଛି । ମହାମାରୀ କରୋନା ଯୋଗୁଁ ବହୁ ସଂଖ୍ୟାରେ ଜନ ଗହଳି ନ କରି ଗକପତି ଜିଲ୍ଲାର ପ୍ରକୃତ
ଜନଜାତିର ଏକ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।


