କବିତା ଆସର ରେ ଶ୍ରେଷ୍ଠ ବିବେଚିତ ହେଲେ ପ୍ରଶାନ୍ତ
ଛତ୍ରପୁର,(ଦେବଦତ୍ତ ମହାରଣା) : ଅଖିଳ ବିଶ୍ୱ ବ୍ରାହ୍ମଣ ହିନ୍ଦୁତ୍ୱ ଶକ୍ତି ମୋର୍ଚ୍ଚା, ଓଡ଼ିଶା ତରଫରୁ “ରାଷ୍ଟ୍ରୀୟ ଏକତା” ବିଷୟକୁ ନେଇ ଡିଜିଟାଲ କବିତା ଆସରର ଅନୁଷ୍ଠିତ ହୋଇଥିଲା l ଏଥିରେ ଅଂଶ ଗ୍ରହଣ କରି ଛତ୍ରପୁର ନିବାସୀ ଶ୍ରୀ ପ୍ରଶାନ୍ତ କୁମାର ଶତପଥୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି l ଶ୍ରୀ ଶତପଥୀ ବର୍ତ୍ତମାନ ଉପ ବିଭାଗୀୟ ଅଧିକାରୀ ଭାବେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି l


