ଲୁହାପଥର ଉତ୍ପାଦନ ଉପରେ ପ୍ରାଥମିକତା ଦେଉ ଏନ୍ଏମ୍ଡିସି : ଧର୍ମେନ୍ଦ୍ର ପ୍ରଧାନ
ହାଇଦ୍ରାବାଦ.ଭୁବନେଶ୍ୱର, : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ(ଏନ୍ଏମ୍ଡିସି)ର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ ଅଫିସ ପରିଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ, ନିର୍ଦ୍ଦେଶକ ତଥା ଅଧିକାରୀଙ୍କୁ ଭେଟିବା ସହ ଏନ୍ଏମ୍ଡିସି କାର୍ୟ୍ୟର ସମୀକ୍ଷା କରିଛନ୍ତି । କହିଥିଲେ ଯେ ଭାରତର ସବୁଠୁ ବଡ ଖଣିଜ କମ୍ପାନୀ ଏନ୍ଏମ୍ଡିସିକୁ ଅଧିକରୁ ଅଧିକ ଲୁହା ପଥର ଉତ୍ପାଦନ କରିବା ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଇସ୍ପାତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ କଂଚାମାଲ ଯୋଗାଣରେ ସୁନିଶ୍ଚିତ ହେବା ସହ ବଜାର ମୂଲ୍ୟ ନିୟନ୍ତ୍ରଣରେ ରଖିବାକୁ ସହାୟକ ହେବ ବୋଲି କହିବା ସହ ଏନ୍ଏମ୍ଡିସି ଦାୟିତ୍ୱବାନ ହୋଇ ଡିଜିଟାଲ ମାଧ୍ୟମର ଉପଯୋଗ କରି ଖଣିଜ ଉତ୍ପାଦନ କରୁଅଛି । କାର୍ୟ୍ୟରତ ପ୍ରକଳ୍ପ ବିଶେଷ ଭାବରେ ଏନ୍ଏମ୍ଡିସି ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଂଟ (ଏନଆଇଏସପି) ପ୍ରକଳ୍ପକୁ ନିୟମିତ ଭାବରେ ତଦାରଖ କରିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା କମ୍ପାନୀର ପ୍ରାଥମିକତାକୁ ପୂରଣ କରାଯାଇପାରିବ ବୋଲି କହିଛନ୍ତି। ଏହି ପରିଦର୍ଶନ କାଳରେ ଏନ୍ଏମ୍ଡିସିର ‘ସ୍ଲରି୍ ପାଇପଲାଇନ ପ୍ରକଳ୍ପ’ର ସମୀକ୍ଷା ମଧ୍ୟ କରିଥିଲେ । ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଙ୍କ ଏହି ଏନ୍ଏମ୍ଡିସି କର୍ପୋରେଟ୍ କାର୍ୟ୍ୟାଳୟକୁ ପ୍ରଥମ ଗସ୍ତ ଥିଲା । ଏନ୍ଏମ୍ଡିସିର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ସହ ଏକ ବୈଠକରେ ଏନଏମଡିସିର କାର୍ୟ୍ୟକାରୀତା ଉପରେ କହିବା ସହ ବିଭିନ୍ନ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରିଥିଲେ ।