ଦିବଂଗତ ନେତା ସ୍ୱର୍ଗତ ବିଷ୍ନୁ ଦାସଙ୍କ ୭୫ତମ ଜନ୍ମଦିବସ ପାଳିତ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବ୍ଳକଛକ ସ୍ଥିତ ଆଶ୍ରା ଜରା ନିବାସରେ ବୁଧବାର ଦିବଂଗତ ନେତା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ୭୫ତମ ଜନ୍ମଦିବସ ବ୍ଳକ ବିଜୁ ଛାତ୍ର ଜନତା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଛାତ୍ର ଉପସଭାପତି ଆଲୋକ ରଂଜନ ମହାନ୍ତିଙ୍କ ନେତୃତ୍ୱରେ ବିଷ୍ଣୁ ଦାସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ବିଷ୍ଣୁ ଦାସଙ୍କ ଜଗତସିଂହପୁର ଜିଲ୍ଲା ପ୍ରତି ଥିବା ଅବଦାନ ବିଷୟରେ ଆଲୋକପାତ କରାଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପପିନ୍ଦ୍ର ଲେଙ୍କା, ବ୍ଳକ ଛାତ୍ର ସଭାପତି ପୃଥିରାଜ ମହାନ୍ତି, ସ୍ୱରାଜ ପରିଜା, ରଶ୍ମିରଂଜନ ରାଉତ, ଦିବ୍ୟରଂଜନ ନାୟକ, ଲୋକନାଥ ଦାସ, ସୁଧୀର ଦାସ, ଜ୍ଞାନରଂଜନ ମହାରଣା, ତାପସ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଜରା ନିବାସରେ ଥିବା ବୃଦ୍ଧ ଓ ବୃଦ୍ଧାମାନଙ୍କୁ ବସ୍ତ୍ର ସହିତ ମିଷ୍ଟାନ ପ୍ରଦାନ କରାଯାଇଥିଲା ।


