ବାପା ଶିଖାଇଲେ ଆଚାର ପ୍ରସ୍ତୁତି, ଝିଅ ଏବେ ଲକ୍ଷପତି

ଭାରତର ପ୍ରାୟ ଘରେ ଗୃହିଣୀମାନେ ଆଚାର ପ୍ରସ୍ତୁତି କରନ୍ତି । କିନ୍ତୁ ଏହି ଆଚାର ବି ଦିନେ ରୋଜଗାରର ପନ୍ଥା ଯୋଗାଇଦେବ କେବେ ଭାବିଛନ୍ତିି କି ? ଦିଲ୍ଲୀରେ ରହୁଥିବା ନିହାରିକା ଭାର୍ଗବଙ୍କ ବାପା କିନ୍ତୁ ଝିଅକୁ ଏମିତି କିଛି ଶିଖାଇଦେଲେ ଯେଉଁଥିପାଇଁ ନିହାରିକା ଏବେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ନିହାରିକାଙ୍କ ବାପା ଘରେ ଆଚାର ପ୍ରସ୍ତୁତି କରି ତାହାକୁ ବନ୍ଧୁ ଓ ସମ୍ପର୍କୀୟଙ୍କୁ ପଠାଉଥିଲେ । ଏହି ଆଚାରର ସ୍ୱ୍ୱାଦ ଏଭଳି ଥିଲା ଯେ ଯାହାକୁ ସମସ୍ତେ ପସନ୍ଦ କରୁଥିଲେ ତେବେ ନିଜ ଝିଅକୁ ଆଚାର ପ୍ରସ୍ତୁତିର ଏହି କଳା ଶିଖାଇଥିଲେ ନିହାରିକାଙ୍କ ବାପା । ୨୬ ବର୍ଷୀୟ ନିହାରିକା ଦିଲ୍ଲୀରେ ପାଠ ପଢ଼ିଥିବାବେଳେ ଲଣ୍ଡନରେ ମାର୍କେଟିଙ୍ଗ ଓ ଇନୋଭେସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହା ପରେ ଲଣ୍ଡନରେ ଭଲ ଚାକିରି ବି ମିଳିଥିଲା
ଆଚାରର ସ୍ୱାଦ କେବଳ ଏହାକୁ ଖାସ କରେ ନାହିଁ, ବରଂ ଯେଉଁ ଭଲପାଇବା ଓ ଆନ୍ତରିକତାର ସହ ଆଚାର ପ୍ରସ୍ତୁତ କରାଯାଏ ତାହା ହିଁ ଆଚାରକୁ ଖାସ କରିଦେଇଥାଏ ।
କିନ୍ତୁ ଚାକିରି ସମୟରେ ମନେପଡିଥିଲା ବାପାଙ୍କ ଆଚାର ଯେଉଁଥିପାଇଁ ଉଚ୍ଚ ଦରମାର ଚାକିରି ଛାଡି ନିହାରିକା ଭାରତ ପଳାଇଆସିଥିଲେ । ଭାରତ ଆସି ବାପାଙ୍କ ଆଚାର ପ୍ରସ୍ତୁତି ଆଗ୍ରହକୁ ବ୍ୟବସାୟରେ ରୂପାନ୍ତରିତ କରିବାକୁ ଲାଗିପଡ଼ିଥିଲେ । ଏହି ଯୁବତୀ ୨୩ ବର୍ଷ ବୟସରେ ଚାକିରି ଛାଡି ନିହାରିକା ଦି ଲିଟିଲ ଫାର୍ମ କମ୍ପାନୀ ର ଆରମ୍ଭ କରିଥିଲେ । ବିନା ପ୍ରିଜରଭେଟିଭ ଆଚାର ପ୍ରସ୍ତୁତ କରିଥିଲା ଏହି କମ୍ପାନୀ । ବର୍ତ୍ତମାନ ନିହାରିକାଙ୍କ କମ୍ପାନୀ ବାର୍ଷିକ ୭ ଲକ୍ଷ ଟଙ୍କାର ବ୍ୟବସାୟ କରୁଛି ।
ବଡ କଥା ଯେ ଆଚାର ପ୍ରସ୍ତୁତି ପାଇଁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ହୋଇଥାଏ ତାହା ନିହାରିକାଙ୍କ ପାରମ୍ପରିକ ଜମିରୁ ହିଁ ଉତ୍ପାଦିତ ହୋଇଥାଏ । ଏହି ବ୍ୟବସାୟରେ କେବଳ ନିଜର ସମୃଦ୍ଧିକୁ ଗୁରୁତ୍ୱ ନ ଦେଇ ନିଜ ପୈତୃକ ଗାଁ ମଧ୍ୟପ୍ରଦେଶର ପାହାଡ଼ପୂର୍ବାର ମହିଳାମାନଙ୍କୁ ସାମିଲ କରିଥିଲେ । ସେମାନଙ୍କୁ ରୋଜଗାର ଦେବା ସହ ଖାଉଟିଙ୍କୁ ପ୍ରିଜରଭେଟିଭ ମୁକ୍ତ ଆଚାର ଯୋଗାଇବାରେ ଏବେ ଲାଗିପଡିଛନ୍ତି ନିହାରିକା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ