ମୃତ ଜବାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପର୍ଣ୍ଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗୋଷାଣି ବ୍ଲକ ଅନ୍ତର୍ଗତ ଖରଷଣ୍ଡା ଗ୍ରାମରେ ଗତକାଲି ମୃତ୍ୟୁବରଣ କରିଥିବା ଜବାନ ଜି. ମଣିକଣ୍ଠାଙ୍କ ପାର୍ଥିବ ଶରୀରକୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ମାନ ଜଣାଇ ଅନ୍ତେଷ୍ଟିକ୍ରିୟା ସମ୍ପର୍ଣ୍ଣ ହୋଇଛି । ମଣିକଣ୍ଠାଙ୍କ ପାର୍ଥିବ ଶରୀରକୁ ଜାତୀୟ ପତାକା ରେ ଆଚ୍ଛାଦିତ କରାଯାଇଥିଲା । ଏହି ଅବସରରେ ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ମୃତକ ଜବାନଙ୍କ ପତ୍ନିଙ୍କୁ ଶେଷକୃତ୍ୟ ପୂର୍ବରୁ ପାର୍ଥିବ ଶରୀରରେ ଥିବା ତ୍ରିରଙ୍ଗା ପତାକାକୁ ସମ୍ମାନର ସହଙ୍କୁ ହସ୍ତାନ୍ତର କରାଯାଇଥିବାର ଦେଖିବାକୁ ମିଳିଥିଲା । ସୂଚନା ପ୍ରକାରେ ମୃତ ଜବନାନ ଜଣକେ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଥିଲେ । ସେ ଗତ କିଛି ଦିନ ହେଲା ଛୁଟି ଆସିଥିଲେ । ତେବେ ଶୁକ୍ରବାର ଦିନ ତାଙ୍କର ସନ୍ଦେହଜନକ ଭାବେ କୁଡୁଡା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଏବଂ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନେଇଯାଉଥିଲେ । ହେଲେ ଶ୍ରୀକାକୁଲମ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଗୁରାଣ୍ଡି ପୁଲିସ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆଜି ସେନାବାହିନୀର ଏକ ଦଳ ଖରଷଣ୍ଡା ଗ୍ରାମ ଠାରେ ପହଞ୍ଚି ଅନ୍ତେଷ୍ଟିକ୍ରିୟା ସମୟରେ ଥିବା ସେନା ନିୟମ ପ୍ରକାରେ କରାଯାଇଥିଲା । ଶେଷରେ ହିନ୍ଦୁ ରିତିନିତିରେ ଶବ ସତ୍କାର କରାଯାଇଛି । ଆଜି ଅନ୍ତିମ ଯାତ୍ରାରେ ଖରଷଣ୍ଡା ଗ୍ରାମାଞ୍ଚଳ ବହୁ ସଂଖ୍ୟକ ଲୋକେ ଯୋଗଦେଇଥିବା ବେଳେ ଗ୍ରାମରେ ଶକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।


