ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଶନିବାର ରାତି ପ୍ରାୟ ୧୦ଟା ବେଳେ ବନ୍ତ ତହସିଲ ଅଧିନ ଛୟାଳସିଂ ପଞ୍ଚାୟତ ପଳସା ଗ୍ରାମର ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ ଗୟାଧର ଦାସଙ୍କର ୨ ବଖରା ଗୃହ ସମେତ ଧାନ, ଚାଉଳ, ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କୌଣସି କାରଣ ଜଣାପଡି ନାହିଁ । ଆଗରପଡା ଦମକଳ କେନ୍ଦ୍ରକୁ ଫୋନ୍ କରାଯାଇଥିଲେ ମଧ୍ୟ ଫୋନ୍ ଲାଗି ନଥିଲା । ଫଳରେ ସଂପୂର୍ଣ୍ଣ ଘରଟି ଜଳି ଯାଇଥିଲା । ବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ରହୁଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ