ଭଞ୍ଜନଗର ପୋଲିସ ପକ୍ଷରୁ ବେଆଇନ ବାଣ ଜବତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): କୋରନା ମହାମାରୀ ପାଇ ଚଳିତ ବର୍ଷ ଦୀପାବଳିରେ ବାଣ ପୁଟାଇବା ଓ ବିକ୍ରି ଉପରେ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ରୋକ ଲଗାଇଥିବା ବେଳେ ଗଂଜାମ ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ବେଆଇନ ବାଣ ବିକ୍ରି ଉପରେ ଚଢ଼ାଉ ଜାରି ରହିଛି । ସେହିପରି ଗଂଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପକ୍ଷରୁ ବାଉଁଶଲୁଣ୍ଡିରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ କିସମର ବାଣ ଜବତ କରାଯାଇଛି । ଏ ନେଇ ବେଆଇନ ବାଣ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯିବା ସହ କେସ ନମ୍ବର ୫୫୯/୨୦ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।