ସବୁଜ ଭାରତ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ
ସାମ୍ବାଦିକତା, ସାହିତ୍ୟ ଓ ସମାଜସେବା ପାଇଁ ସମ୍ବର୍ଦ୍ଧନା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସବୁଜ ଭାରତ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ୨୦୨୦ ସ୍ଥାନୀୟ ୟୁନିଟ୍ -୯ ସ୍ଥିତ ଜନକଲ୍ୟାଣ ଭବନଠାରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯୁବ ସାମ୍ବାଦିକ ୰ ପ୍ରବୀର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ମାନ୍ୟବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ଅର୍ଥନୀତି ବିଶାରଦ ପଂଚାନନ କାନୁନ୍ଗୋ ଓ ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷ ଭାବେ ଯୋଗଦାନ କରି ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ବିନୋଭା ସ୍ମାରକ ଟ୍ରଷ୍ଟ ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଆର୍ଯ୍ୟଭଟ୍ଟ ମହାନ୍ତି , ସଭାପତି ସତ୍ୟବ୍ରତ ଜେନା ଯୋଗଦାନ କରି ଗଣମାଧ୍ୟମ କଂଟକିତ ପଥ ମଧ୍ୟରେ ଗତି କରୁଛି ଏବଂ ସତ୍ୟତା, ନିଷ୍ଠା ତଥା ଅଙ୍ଗିକାରବଦ୍ଧ ହେବା ପ୍ରତ୍ୟେକ ସାମ୍ବାଦିକଙ୍କ କର୍ତବ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କୌଣସି ପରିସ୍ଥିତିରେ ସାମ୍ବାଦିକର ମୌଳିକ ଅଧିକାର ଓ ସ୍ୱାଧୀନତାକୁ କ୍ଷୂର୍ଣ୍ଣ କରାଯାଇପାରିବ ନାହିଁ ମତ ରଖିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଚିତ୍ରଉତୋଳକ ସାମ୍ବାଦିକ ଚନ୍ଦ୍ରଶେଖର ସାହୁ (କରୋନା ଯୋଦ୍ଧା ସମ୍ମାନ), ଯୁବ ସାମ୍ବାଦିକା ରୁପାଲି ମହାପାତ୍ର(କରୋନା ଯୋଦ୍ଧା ସମ୍ମାନ), ସ୍ୱତନ୍ତ୍ର ଅନୁବାଦ (ତୁ ମୋ ମନ ପାରା) ପାଇଁ ଜୟଶ୍ରୀ ଦାସ, ଦିବ୍ୟାଙ୍ଗ ସେବା ପାଇଁ ସୁରେଶ ଚନ୍ଦ୍ର ବେହେରା, ସମାଜସେବା ପାଇଁ ବାଲ୍ ରାଜୁ ଆଚାରୀ, ନାରାୟଣ ଖୁଂଟିଆ, ସାମ୍ବାଦିକ ବିଜୟ କୁମାର ପଣ୍ଡା(କରୋନା ଯୋଦ୍ଧା ସମ୍ମାନ), ଉମେଶ ଚନ୍ଦ୍ର ନାୟକ(କରୋନା ଯୋଦ୍ଧା ସମ୍ମାନ)ଙ୍କୁ ଉତରିୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବ ସାମ୍ବାଦିକ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା ଓ ଅତିଥି ପରିଚୟ ପୂର୍ବକ ମତ ରଖିଥିଲେ ଯେ ସରକାର ଅବା ଅନ୍ୟ ଯେ କେହି ହୁଅନ୍ତୁ ନା କାହିଁକି ସମ୍ବିଧାନକୁ ସମସ୍ତେ ମାନି କାର୍ଯ୍ୟ କରିବା ଉଚିତ୍ । ସମାଜସେବିକା ତଥା ନାରାୟଣ ସେବା ଫାଉଣ୍ଡେସନର ସଂପାଦିକା ସମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମକୁ ପ୍ରମୁଖ ସହଯୋଗ କରିଥିଲେ ଏସ୍.ଏମ୍.ଜି ଟିଭି ଖୋର୍ଦ୍ଧା, ଶହୀଦ୍ ରଘୁ-ଦିବାକର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା, ନାରାୟଣ ସେବା ଫାଉଣ୍ଡେସନ, ରୀନା ମହାନ୍ତି, ସିତାଂଶୁ ଶେଖର ମହାରଣା, ଶଶିକଳା ପ୍ରଧାନ ପ୍ରମୁଖ ।


