କଂଗ୍ରେସ ପକ୍ଷରୁ ବ୍ଲକ ଓ ଜିଲା କମିଟି ଚୟନ ନେଇ ବୈଠକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲିସ୍ଥିତ ହରିହାଟ ଠାରେ ଜିଲା କଂଗ୍ରେସ ସଭାପତିଙ୍କ ଦ୍ୱାରା ବନ୍ତ ବ୍ଲକ ଓ ଭଦ୍ରକ ଜିଲା କମିଟି ଗଠନ ସକ୍ରାନ୍ତରେ ଚୟନ ପ୍ରକ୍ରିୟା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନବ ନିଯୁକ୍ତ ଜିଲା ସଭାପତି ସୁବ୍ରତ ଦାସଙ୍କୁ ବ୍ଲକ କଂଗ୍ରେସ କମିଟି ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରାଙ୍କ ସଭାପତିରେ ଅନୁଷ୍ଠିତ ବୈଠକରେ ବ୍ଲକ ସଭାପତି ଓ ଜିଲା କମିଟିକୁ କେଉଁମାନେ ଯିବେ ସେ ସଂପର୍କରେ ଆଲୋଚନା କରାଯାଇ ସର୍ବ ସହମତି କ୍ରମେ ପ୍ରଦେଶ କଂଗ୍ରେସ କମିଟିକୁ ଅନୁମୋଦନ ପାଇଁ ପଠାଯିବାକୁ ସ୍ଥିର ହୋଇଥିଲା । ଏହି ବୈଠକରେ ଲକ୍ଷ୍ମୀଧର ସାହୁ, ରାଜ କିଶୋର ସ୍ୱାଇଁ, ବିଜୟ ଜେନା, ନିରଂଜନ ମଲ୍ଲିକ, ଅନନ୍ତ ଦାସ, ପ୍ରଦ୍ୟୁମ୍ନ ଦାସ, ରାଜ କିଶୋର ପଣ୍ଡା, ସ୍ମୃତି ରଂଜନ ସ୍ୱାଇଁ, ପଞ୍ଚାନନ ପଣ୍ଡା, ଜଗବନ୍ଧୁ ବେହେରା, ଶଙ୍କର କୁଣ୍ଡୁ, ରବି ନାରାୟଣ ମହାନ୍ତି, ସତ୍ୟବାନ ଦାସ, ପ୍ରଦୀପ୍ତ ନାୟକ, କାର୍ତ୍ତିକ ଜେନା, ହରି ଖିଲାର, ସୁରେନ୍ଦ୍ର ଜେନା, ରାମେଶ୍ୱର ଭାରତୀ, ରଂଗାଧର ମହାପାତ୍ର, ଶରତ ପଲେଇ, ବିଷ୍ଣୁ ମୋହନ ପଣ୍ଡା, ପ୍ରିୟବ୍ରତ ନାୟକ, ପ୍ରଫୁଲ୍ଲ ରାଉତ, ଗାନ୍ଧୀ ରାଜ, ବାବୁ ଦାସ, ଜ୍ୟୋତି ରଂଜନ ନାୟକ, ଅଶୋକ ସାହୁ, ମାର୍କଣ୍ଡ ବେହେରା, ସେକ୍ ମୁସ୍ତାକ୍ ଅଲ୍ଲୀ, ସେକ୍ ଅମିନ୍‌, ମଣିଭଦ୍ର ବିଶ୍ୱାଳ, ଜଗନ୍ନାଥ ସାହୁ, ଜୟନ୍ତ ସାମଲ, ମନୋରଂଜନ ମହାପାତ୍ର, ମାଳିରାମ ବେହୁରିଆ, ଗିଲୁ ରାଉଳ ଉପସ୍ଥିତ ଥିଲେ । ଏଥିସହିତ ପଞ୍ଚାୟତ ସଭାପତି, ବ୍ଲକ କଂଗ୍ରେସ କମିଟି କର୍ମକର୍ତ୍ତାଙ୍କ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ