ଓଡିଶା ସ୍କାଉଟ ଗାଇଡ୍ ଦ୍ୱାରା ଶାନ୍ତିର ତ୍ତବାର୍ତ୍ତାବହ କର୍ମଶାଳା ଉଦ୍ଘାଟିତ

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ “ଶାନ୍ତିର ବାର୍ତ୍ତାବହ” ସଂଯୋଜକ ମାନଙ୍କର ଏକ କର୍ମଶାଳା ଗତକାଲି ଠାରୁୂ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ୬୪ ଜଣ ଯୁବ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ, ରୋଭର ଲିଡର ଏବଂ ରେଞ୍ଜର ଲିଡର ଉକ୍ତ କର୍ମଶାଳାରେ ଯୋଗଦେଇ ତାଲିମ ନେଉଛନ୍ତି । ୨୩ ତାରିଖ ଅପରାହ୍ନରେ ରାଜ୍ୟ ମୁଖ୍ୟକମିଶନର ଡଃ. କାଳିପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଜାତୀୟ କାର୍ଯ୍ୟାଳୟରୁ ଉପନିର୍ଦ୍ଦେଶକ (ବାଳକ କାର୍ଯ୍ୟକ୍ରମ)ର ଅମର ବି. ଛେତ୍ରୀ, କର୍ଣ୍ଣାଟକର ଜାତୀୟ ସଂଯୋଜକ ଶ୍ରୀ ମଧୁସୁଦନ ଆଭାଲା, ରାଜ୍ୟ ସଂଯୋଜକ ଡଃ ଅରୁଣ କୁମାର ନାୟକ, ଏମ୍. ଲକ୍ଷ୍ମୀ କିରଣ, ଅନୁରାଗ ସିଂହ ଓ ରାଜ୍ୟ ଶାଖାର ଅବିନାଶ ଗଡନାୟକ ଉକ୍ତ କର୍ମଶାଳାକୁ ପରିଚାଳନା କରିବା ପାଇଁ ଯୋଗଦାନ କରିଅଛନ୍ତି । ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ରାଜ୍ୟ ସଂପାଦକ ଶ୍ରୀ ରାମମୂର୍ତ୍ତି ଦୋରା ଓ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ କୁମାର ପାଇକରାୟଙ୍କ ଉପସ୍ଥିତିରେ ଉପନିର୍ଦ୍ଦେଶକ ଶ୍ରୀ ଛେତ୍ରୀ ରାଜ୍ୟ ସଂସ୍ଥା ଦ୍ୱାରା ଆୟୋଜିତ ଉକ୍ତ କର୍ମଶାଳାର ଆୟୋଜନ କରିବାରେ ଓଡିଶା ପ୍ରଥମ ରାଜ୍ୟ ବୋଲି ପ୍ରକାଶ କରିବା ସହିତ ମୁଖ୍ୟ କମିଶନର ଡଃ. ମିଶ୍ରଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ । ଡଃ. ମିଶ୍ର ଶିବିରାର୍ଥୀମାନଙ୍କୁ ତାଙ୍କ ଉଦ୍ଘାଟନୀ ଭାଷଣରେ ଉକ୍ତ କର୍ମଶାଳାର ଉପଯୁକ୍ତ ବିନିଯୋଗ ପୂର୍ବକ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତ୍ୟେକ ଯୁବପିଢ଼ୀମାନଙ୍କୁ ପ୍ରେରଣା ଦେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ଗାଇଡ୍ କମିଶନର ଶ୍ରୀମତୀ ଅନାମିକା ଦାସ ସମସ୍ତଙ୍କୁ ସ୍ୱାଗତ କରିବା ବେଳେ ଡଃ. ଅରୁଣ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ