ଦୁଇ ଗୋଟି ପୃଥକ ମାମଲାରେ ବିଦେଶୀ ମଦ ଓ ବାଲି ଟ୍ରାକ୍ଟର ଜବତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ପୋଲିସ ଥାନା ପକ୍ଷରୁ ପୃଥକ ଘଟଣାରେ ଚଢାଉ କରାଯାଇ ବିଦେଶୀ ମଦ ଓ ବାଲି ଟ୍ରାକ୍ଟର ଜବତ ହୋଇଥିବାର ଜଣାପଡିଛି । ଜିରାଙ୍ଗ ଗ୍ରାମ ଠାରେ ଚଢାଉ ବେଳେ ଏକ ଦୋକାନରୁ ବିପୁଳ ପରିମାଣର ମଦ ଜବତ ହେବା ସହ ବେଆଇନ ବାଲି ଚାଲାଣ ଟ୍ରାକ୍ଟର ମଧ୍ୟ ଜବତ ହୋଇଥିବାର ଜଣାପଡିଛି । ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣାଙ୍କ ନେତୃତ୍ୱରେ ଏକ ଦଳ ଜିରାଙ୍ଗ ଗ୍ରାମର ସନ୍ତୋଷ ପାତ୍ରଙ୍କ ଦୋକାନରେ ଚଢାଉ ବେଳେ ସେଠାରୁ ୮୦ ବୋତଲ ବିଦେଶୀ ମଦ ଯାହାର ପରିମାଣ ୩୦ ଲିଟର ହେବ ଜବତ କରିଥିଲେ । ମଦ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାୟଗଡ ଥାନାରେ ୭୪/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେହିପରି ଅବାଧ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟର ନମ୍ବର ଓଡି୨୦ଏ ୪୨୫୫ରୁ କାଗଜ ପତ୍ର ଯାଞ୍ଚ କରାଯାଉଥିବାବେଳେ ଉକ୍ତ ଟ୍ରାକ୍ଟର ଚାଳକ ଜଣକ କୌଣସି କାଗଜ ପତ୍ର ଦେଖାଇପାରିନଥିଲେ । ଏହା ଫଳରେ ଉକ୍ତ ଟ୍ରାକ୍ଟରକୁ ଜବତ କରାଯିବା ସହ ଗାଡି ଚାଳକ ସୁଦାମ ଶବରଙ୍କୁ ଗିରଫ କରାଯାଇଥିଲା । ଘଟଣାକୁ ନେଇ ୭୫/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ