ଜିଲ୍ଲା ଟାସ୍କଫୋର୍ସ ଓ ସମନ୍ୱୟ କମିଟି ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): କୋଭିଡ୍ ଯୋଗୁଁ ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଓ ବହିଃବିଭାଗ ସ୍ୱାସ୍ଥ୍ୟ ସେବା ବନ୍ଦ ରହିଥିଲା । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଚଳିତ ମାସ ୧ ତାରିଖ ଠାରୁ ରୋଗୀମାନଙ୍କୁ ସେବା ଯୋଗାଇଦେବା ପାଇଁ ଏହା ପୁଣି କାର୍ଯ୍ୟକ୍ଷମ କରାଯାଇଛି । ସମସ୍ତ ଚିକିତ୍ସାଳୟରେ କୋଭିଡ୍ ନିୟମ ପାଳନ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ମାସ୍କ,ସାନିଟାଇଜେସନ୍ ଓ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ତମ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିବା ପାଇଁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟାସ୍କଫୋସ୍‌ର୍ ଓ ସମନ୍ୱୟ କମିଟି ବୈଠକ ଜୁମ୍ ଭିଡିଓ କନଫେରନ୍ସି ଜରିଆରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜଣାଇଥିଲେ ଯେ, ଅନ୍ତଃବିଭାଗ ଓ ବହିଃବିଭାଗରେ ଯେଉଁ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଉଛି ତାହା ଯେମିତି ଉତ୍ତମ ମାନର ସେବା ହେବ ସେ ଦିଗରେ ଦୃଷ୍ଠି ଦିଅନ୍ତୁ । ଗ୍ରାମ କଲ୍ୟାଣ ସମିତି ଓ ଗ୍ରାମ ପଂଚାୟତ ର ବାର୍ଷିକ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରସ୍ତୁତ କରାଯିବ । ତଳ ସ୍ତରକୁ ଷ୍ଟାଫ୍ ମାନଙ୍କୁ ସଚେତନ କରାଯାଇ ପିପୁଲସ୍ ପ୍ଲାନ କମ୍ପେନିଙ୍ଗ୍ ଆରମ୍ଭ କରାଯିବ । ଏ ଦିଗରେ ବିଡିଓଙ୍କ ସ୍ତରରେ ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରି ଶତକଡା ଶହେ ପ୍ରତିଶତ ଲକ୍ଷ୍ୟ ଯେମିତି ପୂରଣ ହେବ ସେ ଦିଗରେ ସୁନିଶ୍ଚିତ କରିବେ । ଲକ୍ଷ୍ୟ ଧାର୍ଯ୍ୟ ର ଶତକଡା ୯୦ ପ୍ରତିଶତ ପ୍ରତିଶେଧକ ବ୍ୟବସ୍ଥା ଯେମିତି ହେବ ସେ ଦିଗରେ ଧ୍ୟାନ ଦିଆଯିବ । ଏହି କ୍ୟାମ୍ପେନିଙ୍ଗ୍ ନଭେମ୍ବର ମାସରୁ ଆରମ୍ଭ କରାଯାଇ ଆସନ୍ତା ଫେବୃଆରୀ ୨୦୨୧ ମଧ୍ୟରେ ଚାରି ରାଉଣ୍ଡ ପ୍ରତିଶେଧେକ ଟୀକା କରଣ କାର୍ଯ୍ୟ ହେବ । ଏହା ମାସର ଶେଷ କାର୍ଯ୍ୟ ଦିବସରେ କରାଯିବ । ଜଣେ ବି ଶିଶୁ ଏହି ଟୀକାକରଣ ରୁ ବଂଚିତ ହେବେ ନାହିଁ ସେ ଦିଗରେ ସତର୍କତା ଅବଲମ୍ବନ କରାଯିବ । ପ୍ରକାଶ ଥାଉ କି, ବିଗତ ବର୍ଷ ଏହି କାର୍ଯ୍ୟ ନିମନ୍ତେ ଜିଲ୍ଲା ଇନ୍ଦ୍ରଧନୁସ୍ ପୁରସ୍କାର ରେ ପୁରସ୍କୃତ ହୋଇଛି । ଏଣୁ ଏହି କାର୍ଯ୍ୟରେ ଢିଲା କରାଯିବ ନାହିଁ । ସମଗ୍ର ଜିଲ୍ଲାରେ ଯକ୍ଷ୍ମା ରୋଗରେ ପିଡିତ ଜଣେ ହେଲେ ରୋଗୀ ଯେମିତି ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେବେ ନାହିଁ ସେଥିପ୍ରତି ଦୃଷ୍ଠି ଦିଆଯିବ ।ଜିଲ୍ଲାରେ କୋଭିଡ୍ ଟୀକା ପ୍ରଦାନ କରାଯିବ । ଏଥିପାଇଁ ଡାଟା ବେଶ୍ କାର୍ଯ୍ୟ ଚାଲିଛି । କୋଭିଡ୍ ୧୯ ଟୀକା କରଣ ହିତାଧୀକାରୀ ପରିଚାଳନା ସିଷ୍ଟମରେ ଡାଟା ପ୍ରସ୍ତୁତ ହୋଇ ପ୍ରଥମ ପର୍ଯ୍ୟାୟରେ କେଉଁ ମାନଙ୍କୁ ଟୀକାକରଣ କରାଯିବ ସେହି ତଥ୍ୟ ପ୍ରସ୍ତୁତ ହୋଇ କୋଭିଡ୍ ପୋର୍ଟାଲ ୱେବ ସାଇଡ୍ ରେ ଅପଲୋଡ୍ କରାଯିବ । ଜିଲ୍ଲାରେ କୋଭିଡ୍ ଭେକ୍ସିନ୍ ପହଂଚିବା ପରେ ସେଗୁଡିକ କିଭଳି ୱାର୍କ ଇନ୍ କୁଲର୍ ରେ ଆଂଚଳିକ ଭେକ୍ସିନ ଷ୍ଟୋର ରେ ଗଚ୍ଛିତ କରାଯିବ ଏବଂ କିଭଳୀ ସୁ ଆବଣ୍ଟନ ହେବ ସେ ନେଇ ପ୍ରସ୍ତୁତ କରିବାକୁ ଆଲୋଚନା ହୋଇଛି ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡକ୍ଟର ଉମା ଶଙ୍କର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ ଆଲୋଚ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ,ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଦେଶ୍ୱର ବଳିରାମ ବନ୍ଦାର,ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ,ବ୍ରହ୍ମପୁର ଉପଜିଲ୍ଲାପାଳ ୱ କିତ୍ତୀୱାସନ୍ ଭି,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧୀକାରୀଗଣ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ