ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଲେ ୧୧୬ ଛାତ୍ରଛାତ୍ରୀ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଙ୍ଗଳବାର ବନ୍ତ ବ୍ଲକ ମହତାବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଧିକାରୀ ବାସନ୍ତୀ କୁମାରୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ରବି ନାରାୟଣ ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସମୀର ସା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ବେହେରା, ପ୍ରଫୁଲ୍ଳ କୁମାର ନାୟକ, ବିକ୍ରମ କୁମାର ପାଲ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକର ୮୬ଟି ବିଦ୍ୟାଳୟରୁ ଆସିଥିବା ୧୧୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଜଗତ ଜୀବନ ଜେନା, କୁଳପ୍ରଭା ସୁଆର, କରୁଣାକର ସାହୁ, ସୁଧିର କୁମାର ବାରିକ, କଳ୍ପନା ରାଉଳ, ପଦ୍ମନାଭ ସେଠୀଙ୍କ ସମେତ ଅନ୍ୟ ମାନେ ଦାୟୀତ୍ୱ ତୁଲାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ୧୮ଟି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହାୟତା କରିଥିଲେ ।