ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ଦାନ କଲେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନୟନ ପାଇଁ ମୋ ସ୍କୁଲ ଅଭିଯାନ ଯୋଜନା ଆରମ୍ଭ କରିଛନ୍ତି । ନିଜ ଅଞ୍ଚଳର ଯେକୌଣସି ବଦାନ୍ୟ ବ୍ୟକ୍ତି, ଶିକ୍ଷାବିତ୍, ପୁରାତନ ଛାତ୍ର କିମ୍ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୋ ସ୍କୁଲ ଅଭିଯାନକୁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ । ଏହି ଅର୍ଥ ସଂପୃକ୍ତ ବିଦ୍ୟାଳୟର ଉନ୍ନୟନ ଦିଗରେ ବିନିଯୋଗ କରିବାକୁ ନିର୍ଦ୍ଦେଶ ରହିଛି । ଏପରିପେକ୍ଷୀରେ ବନ୍ତ ବ୍ଲକ ନିଳୋକ ହାଇସ୍କୁଲର ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ହାଇସ୍କୁଲର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ସଂଗ୍ରାମ କେଶରୀ ମହାନ୍ତି ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥ ପ୍ରଧାନ ଶିକ୍ଷକ ଶୋଭେନ୍ଦୁ କୁମାର ମାଝୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ ଉପସ୍ଥିତ ଥିଲେ ।


