ଭାରତରେ କରୋନା ସକ୍ରିୟ ମାମଲା ମୋଟ ମାମଲାର ୫% ତଳେ ରହିଛିସୁସ୍ଥତା ହାର ୯୩%ରୁ ଅଧିକ ରହିଛି

ନୂଆଦିଲ୍ଲୀ: କ୍ରମାଗତ ୧୬ ଦିନ ଧରି ଦୈନିକ ନୂଆ ମାମଲା ୫୦ ହଜାରରୁ ତଳେ ରହିଛି ଭାରତରେ ଏବେ କରୋନା ସକ୍ରିୟ ମାମଲା(୪,୪୩,୪୮୬) ମୋଟ ପଜିଟିଭ୍ ମାମଲାର ୪.୮୫% ରହିଛି, ଯାହାକି ୫%ରୁ ତଳେ । ଆଜି ପର୍ଯ୍ୟନ୍ତ ସୁସ୍ଥତା ହାର ୯୩ % (୯୩.୬୮%) ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୦୨୪ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୫,୬୨,୬୪୧ ରହିଛି । ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ରହିଛି ୮୧,୧୯,୧୫୫ । ଗତ ୨୪ ଘଣ୍ଟା ମଧ୍ୟରେ ୪୪,୦୫୯ ଜଣ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ନଭେମ୍ବର ୮ ତାରିଖରୁ କ୍ରମାଗତ ୧୬ ଦିନ ଧରି ଭାରତରେ ଦୈନିକ ନୂଆ ପଜିଟିଭ୍ ମାମଲା ୫୦ ହଜାର ତଳେ ରହିଛି । ଏହା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ, ଶୀତ ଋତୁ ଆସିବା କ୍ଷଣି ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୭.୪୪% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।  ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୬,୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ଦିଲ୍ଲୀରେ ୬,୧୫୪ ଏବଂ ମହାରାଷ୍ଟ୍ରରେ ୪,୦୬୦ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୭୮.୭୪% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ୬,୭୪୬ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ରରୁ ୫,୭୫୩ ଏବଂ କେରଳରୁ ୫,୨୫୪ ଜଣ ଚିହ୍ନଟ ହୋଇଛନ୍ତି । ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଚିହ୍ନଟ ହେଉଥିବା ଆକ୍ରାନ୍ତ (୬,୬୨୩)ଙ୍କ ଜାତୀୟ ହାର ତୁଳନାରେ ୧୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ହାର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ୭୪.୯୫% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଦିଲ୍ଲୀରେ ଏଥିରୁ ୨୩.୬୮% ଅର୍ଥାତ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୫୦ ଜଣଙ୍କର ଏବଂ ପଶ୍ଚିମବଙ୍ଗରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ହେଉଥିବା ମୃତ୍ୟୁ (୯୭)ର ଜାତୀୟ ହାର ତୁଳନାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କମ୍ ମୃତ୍ୟୁ ହାର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ