ଡାଗ ଓ୍ବେଲରେ ଖସିଲା ହାତୀ,ଜେସିବି ସହାୟତାରେ ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ଅଧିନ ତିରିଂ’ ସେକ୍ସନର ସାନଭୁଣ୍ଡୁ ଗ୍ରାମ ନିକଟ ଧାନ ଖେତ ମଧ୍ୟ ଦେଇ ଏକ ଆଠ(୮’) ଜଣିଆ ହାତୀ ପଲ ରାତିରେ ଅତିକ୍ରମ କରୁଥିଲାବେଳେ ବିଲରେ ଥିବା ଅଳ୍ପ ଗଭିର ଏକ ଡାଗ୍ ଓ୍ବେଲ୍ ରେ ହାତୀ ପଲ ମଧ୍ୟରୁ ଏକ ହାତୀ ଖସି ପଡିଥିଲା।ଚାଙ୍ଗୁଆ ସଂରକ୍ଷିତ ଜଙ୍ଗଲ ପଟୁ ନାରାନପୁର ଜଙ୍ଗଲ ପଟକୁ ଯାଉଥିବା ଏହି ହାତୀ ପଲକୁ ସୂରକ୍ଷିତ ଭାବେ ଜନ ବସତି ଅଞ୍ଚଳରୁ ଦୂରେଇ ରଖି ତାଙ୍କ ଗତିପଥରେ ଆଗେଇ ନେବାକୁ ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ’ଙ୍କ ଅଧ୍ୟକ୍ଷତାରେ ବହଳଦା ଫରେଷ୍ଟର ଜିତେନ୍ଦ୍ର ବେହେରା,ତିରିଂ’ ସେକ୍ସନ ଫରେଷ୍ଟର ମେନକା ନାଏକ,ବହଳଦା ବନରକ୍ଷୀ ସୁଭସ୍ମୀତା ଗିରି ଏବଂ ପାରାଷ୍ଟାଫ’ଙ୍କ ଏକ ଦଳ ଏହି ହାତୀ ପଲକୁ ଟ୍ରାକିଂ କରୁଥିଲାବେଳେ ରାତି ପ୍ରାୟଃ ୧୧.୩୦’ ପାଖାପାଖି ହାତୀ ପଲ ମଧ୍ୟରୁ ଏକ ହାତୀ ବିଲରେ ଥିବା ଡାଗ୍ ଓ୍ବେଲ୍ ରେ ଖସି ପଡିଡିଲା ହାତୀଟୀ ଉକ୍ତ କୂଅରୁ ବାହାରିବାକୁ ଅକ୍ଷମ ହେଉଥିଲାବେଳେ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ’ଙ୍କ ସହାୟତାରେ ସ୍ଥାନୀୟ ଅଞ୍ଚଳରୁ ଏକ ଜେସିବି ଡକାଇ ଉକ୍ତ ହାତୀଟିକୁ ଉଦ୍ଧାର କରାଯାଇଥିଲା।ଉକ୍ତ ଡାଗ୍ ଓ୍ବେଲରୁ ବାହାରିବା ପରେ ହାତୀଟି ସୂରକ୍ଷିତ ଭାବେ ତାଙ୍କ ହାତୀ ପଲ ସହ ମିଶି ଯାଇଥିଲା।ବିଜେଡି ନେତା କାଶିନାଥ ହେମ୍ବ୍ରମ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିଲେ। ଉକ୍ତ ହାତୀପଲ ନାରାନପୁର ନିକଟ ଜଙ୍ଗଲରେ ଅପରାହ୍ନ ୪’ଟା ପର୍ଯ୍ୟନ୍ତ ରହିଥିବାର ବନବିଭାଗ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।ବନ୍ୟଜନ୍ତୁଙ୍କ ଦ୍ବାରା କ୍ଷୟକ୍ଷତି କୁ ରୋକିବା ଏବଂ ସାଧାରଣ ଲୋକଙ୍କ ଦ୍ବାରା ବନ୍ୟଜନ୍ତୁଙ୍କୁ ଆକ୍ରମଣ ଘଟଣା ଯେପରି ନ ଘଟେ ସେ ଦିଗରେ ବନବିଭାଗ ସର୍ବଦା ତତ୍ପର ରହିଛି ବୋଲି ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ କହିଛନ୍ତି ।


