ଭରସିଂପୁର ସରକାରୀ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ଭରସିଂପୁର ସରକାରୀ ଉପ୍ରା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ଜେନାଙ୍କ ଆବାହକତ୍ୱ ଓ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ପାଳଙ୍କ ସଂଯୋଜନା ଏବଂ ପୂର୍ବତନ ଛାତ୍ର ବିକାଶ ରଂଜନ ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ମୋ ସ୍କୁଲ ଅଭିଯାନ ସହ ସଂଶ୍ଲିଷ୍ଟ କରାଇ ବିଦ୍ୟାଳୟର ସାମଗ୍ରିକ ବିକାଶର ଅଭିବୃଦ୍ଧି କରାଇବାକୁ ପ୍ରେରଣା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ଲକ୍ଷ୍ମୀପ୍ରିୟା ଭାରତୀ, ସିଆରସିସି ମନୋଜ କୁମାର ରାଉଳ, ରବି ନାରାୟଣ ପାଳ, ରମାକାନ୍ତ ଦାସ, ବସନ୍ତ ପାଳ, ବଟକୃଷ୍ଣ ପାଳ, ନିର୍ମଳ ଜେନା, ରାମ ଚନ୍ଦ୍ର ପାଳ, ବିଦ୍ୟାଧର ପାଳ, ନୃସିଂହ ପାଳ, ମନୋଜ ପାଳ, ପ୍ରଫୁଲ୍ଲ ପାଳ, ମଦନ ପାଳ, ଅନନ୍ତ ପାଳ, ସାରଙ୍ଗ ପାଳ, ଭରତ ପାଳ, ରାଜ କିଶୋର ପାଳ, ନିଳମଣି ପାଳ, ଦୁଷ୍ମନ୍ତ ପାଳ, ବୀଣାପାଣି ନାଇକ, ରତ୍ନାକର ପାଳ, କମଳା ପାଳ, ଶୁକଦେବ ପାଳ, ତୁଳସୀ ପାଳ, ପୁରାତନ ଛାତ୍ର ଡାକ୍ତର ତ୍ରିନାଥ ପାଳ, ବିକ୍ରମ କେଶରୀ ପାଳ ଯୋଗ ଦେଇଥିଲେ । ଶିକ୍ଷକ ସୁନନ୍ଦ କୁମାର ବେହେରା ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ଦେବକୀ ନାଇକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜେନା, ମଞ୍ଜୁଲତା ସିଂ, ଶିକ୍ଷକ ଚନ୍ଦ୍ର ଶେଖର ଜେନା ପରିଚାଳନାରେ ସହଯୋଗ କରିଥିଲେ ।


