ବସଷ୍ଟାଣ୍ଡ ନିକଟରେ ଜବରଦଖଲ ସଂପର୍କରେ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ନିର୍ମିତ ନୂତନ ବସଷ୍ଟାଣ୍ଡର କାର୍ଯ୍ୟ ଏପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡି ରହିଛି । କିନ୍ତୁ କେତେକ ମୁଷ୍ଟିମେୟ ଲୋକ ବସଷ୍ଟାଣ୍ଡ ପାଇଁ ନିର୍ଦ୍ଧାରିତ ହୋଇଥିବା ସ୍ଥାନରେ ଜୈନିକ ବ୍ୟକ୍ତିଙ୍କୁ ମାସିକ ଭଡାସୂତ୍ରରେ ପ୍ରଦାନ କରିଥିବା ଜଣାଯାଇଛି । ଜୈନିକ ବ୍ୟକ୍ତି ଉକ୍ତ ସ୍ଥାନରେ ଏକ ଦୋକାନ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିଛି । ଯାହାକୁ ବିରୋଧ କରି ଓଡିଶା ମୋଟର ଚାଳକ ସଂଘ ନାଉଗାଁ ଶାଖା ଓ ବଜାରର ଦୋକାନୀମାନେ ୨୦ ନଭେମ୍ବର ୨୦୨୦ରେ ତହସିଲଦାର ଜେ.କଳ୍ପନା ଓ ଥାନାଧିକାରୀ ଭରତ ଚନ୍ଦ୍ର ବେହେରାଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରଦାନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପ୍ରଶସାନିକ ଅଧିକାରୀଙ୍କ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୋଟର ଚାଳକ ସଂଘର ଅଭିଯୋଗ ମୁତାବକ ଦୀର୍ଘ ୧୪ ବର୍ଷରୁ ଉର୍ଦ୍ଧ ହେବ ନାଉଗାଁ ବଜାରସ୍ଥିତ ବସଷ୍ଟାଣ୍ଡ ନିକଟସ୍ଥ ହନୁମାନ ବାଟିକା ନିକଟରେ ଆମ୍ଭେମାନେ ଗାଡି ରଖି ଥାଉ । ଉକ୍ତ ଜାଗାକୁ ଜୈନିକ ବ୍ୟକ୍ତି ଜବରଦଖଲ କରିଥିବାରୁ ଆମ୍ଭେ ଗାଡି ରଖିବା ପାଇଁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛୁ । ଜଣଙ୍କ ପାଇଁ ଆମ ୭୭ ଜଣ ଚାଳକ ଙ୍କର ଜୀବନ ଜିବିକା ଉପରେ ପ୍ରଭାବ ପଡିଛି । ଗାଡି ରଖିବା ପାଇଁ ଆମେ ନିର୍ଦ୍ଦାରିତ ସ୍ଥାନ ପାଉ ନାହୁଁ । ଉକ୍ତ ଅଭିଯୋଗକୁ ସଂଘର ସାଧରାଣ ସଂପାଦକ ବିକ୍ରମ ସ୍ୱାଇଁ, ପ୍ରଶାନ୍ତ କାଣ୍ଡି,ମନୋଜ କୁମାର ନାୟକ, ନୃସିଂହ ଦାସ ଆଦି ପ୍ରଦାନ କରିଛନ୍ତି । ଉକ୍ତ ସ୍ଥାନରେ ଜବରଦଖଲରେ ନିର୍ମାଣ କରାଯାଇଥିବା ଗୃହକୁ ଭାଙ୍ଗିବା ପାଇଁ ସେମାନେ ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି । ସେହିପରି ବଜାରରେ ଦୋକାନ କରିଥିବା ଦୋକାନୀ ଭାଇ ମାନେ ଅନୁରୂପ ଭାବେ ଉକ୍ତ ଦିନ ତହସିଲଦାର ଓ ଥାନାଧିକାରୀ ଙ୍କୁ ଗୃହ ଭାଙ୍ଗିବା ପାଇଁ ଅଭିଯୋଗ କରିଛନ୍ତି । ଦୋକାନୀ ମାନଙ୍କ ମଧ୍ୟରେ ଜୟନ୍ତ କୁମାର ଦାସ,ବିକ୍ରମ ସାହାଣୀ,କୈଳାସ ସାହୁ,କେଦାର ନାଥ ଦାସ,ସମୀର ଭୋଇ,ପ୍ରତାପ ବାରିକ ଆଦି ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ ବସଷ୍ଟାଣ୍ଡର କାର୍ଯ୍ୟ ସରି ନଥିବା ବେଳେ ବସଷ୍ଟାଣ୍ଡ ପାଇଁ ଚିହ୍ନଟ ସ୍ଥାନରେ ଜୈନିକ ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣ କରୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବଜାର କମିଟି ପକ୍ଷରୁ ତିବ୍ର ବିରୋଧ କରାଯାଇଥିଲା । ବଜାର କମିଟିର ସଭାପତି ଅଶୋକ ମହାନ୍ତି,ସଦସ୍ୟ ଅନୁ ନାୟକ,ଦେବଜ୍ୟୋତି ମହାନ୍ତି,ନାରାୟଣ ପଟ୍ଟନାୟକ,ଦୀପୁ ଲେଙ୍କା ଆଦି ବିରୋଧ କରିବା ସହିତ ଉକ୍ତ ଗୃହକୁ ଭାଙ୍ଗିବା ପାଇଁ ଜୈନିକ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ଗୃହ କାହା ଇଙ୍ଗିତରେ ରହିଛି ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।