ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଲୁମିନା ବୈଠକ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କାଳୁ ସ୍ୱାଇଁ ଙ୍କ ଆବାହକରେ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋବିନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆଲୁମିନା ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ପ୍ରାୟ ୨୧ ,୦୦୦ ଟଙ୍କା ଜମା ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର ଉନ୍ନତି ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ଛାତ୍ରଛାତ୍ରୀ ଙ୍କ ମୌଖିକ ଉନ୍ନତି ନିମନ୍ତେ ( L E D ) ସ୍ମାର୍ଟ ଟିଭି ଓ ଆବଶ୍ୟକୀୟ ଚୌକି ଆଣିବା ପାଇଁ ନିଷ୍ପତ୍ତି ନିଆଗଲା । ଏବଂ ତାହାର ଏକ ପ୍ରୋଜେକ୍ଟ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟକୁ ଏକ ଲକ୍ଷ ପଚିସି ହାଜର୍ ଟଙ୍କାର ବଜେଟ ଚିଠା ମଧ୍ୟ ପ୍ରେରଣ କରିବା ପାଇଁ ସ୍ଥିର କରାଗଲା । ଉକ୍ତ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସଭ୍ୟ ମାନେ ଉପସ୍ଥିତ ରହି ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ