ବ୍ରହ୍ମପୁର ତହସିଲ ଦ୍ୱାରା “ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବ୍ରହ୍ମପୁର ତହସିଲ ଦ୍ୱାରା ପ୍ରୟୋଜିତ “ମୋ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ ହରଡାଖଣ୍ଡି ରାଜସ୍ୱ ସର୍କଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲ କାର୍ଯ୍ୟାଳୟ ସେକ୍ସନ ଅଫିସର ଶ୍ରୀ ହୃଷିକେଶ ପାତ୍ର,ଓ କାହ୍ନୁ ସାହୁଙ୍କ ସହେଯାଗରେ ପଟ୍ଟାବଣ୍ଟନ , ଓ ବିଭିନ୍ନ ର୍ାଜସ୍ୱ ମାମଲାରେ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ତହସିଲଦାର ଶ୍ରୀ ଦୟାମୟ ପାଢୀ,. ଅତିରିକ୍ତ ତହସିଲଦାର ଶ୍ରୀ ଜ୍ଞାନରଞ୍ଜନ ତ୍ରିପାଠୀ , ରାଜସ୍ୱ ସୁପରଭାଇଜର ବିଶ୍ୱନାଥ ଲେଙ୍କା, ରାଜସ୍ୱ ନିରକ୍ଷକ ଜନକ ଦାସ , ସୁବ୍ରତ ଶବର, ବିଜୟ କୁମାର ପାଣିଗ୍ରାହୀ, ରବିନ୍ଦ୍ର ପଣ୍ଡା, ସ୍ମିତା ରାଣି ନାୟକ,ଶର୍ମିଷ୍ଠା ବେହେରା ଓ ତହସିଲ କର୍ମଚାରୀମାନେ ଉପସ୍ଥିତ ଥିଲେ ।


