ପାଣିପଞ୍ଚାୟତ ନିର୍ବାଚନ ; ସଞ୍ଜୟ – ସଭାପତି, ବିପ୍ର – ସମ୍ପାଦକ ନିର୍ବାଚିତ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣିପଞ୍ଚାୟତ ଶୀର୍ଷକମିଟି କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ମା ‘ ଦୁଆରଶୁଣି ୨୧ ନଂ. ପାଣିପଞ୍ଚାୟତ ଚକ କମିଟି ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ କେ. ସଞ୍ଜୀବ କୁମାର ରେଡ୍ଡୀ , ସମ୍ପାଦକ ଭାବେ ଇ. ବିପ୍ର ଦୋରା ଏବଂ କୋଷାଧକ୍ଷ ଭାବେ ଜେ. ଦେବରାଜ ସର୍ବସମ୍ମତକ୍ରମେ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ପଦବୀ ପାଇଁ ମନୋନୟନ ପତ୍ର ଦାଖଲ ସମୟରେ ୨୧ ନଂ ମା ‘ ଦୁଆରଶୁଣି ପାଣି ପଞ୍ଚାୟତ ର ନବ ନିର୍ବାଚିତ ସମସ୍ତ ସଭ୍ୟା ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଘୋଡାହଡ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ଉପନିର୍ବାହୀ ଯନ୍ତ୍ରୀ ତଥା ନିର୍ବାଚନ ଅଧିକାରୀ ଇଂ. ଏ.ଗୋପାଳ ରାଓ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ଇଂ. ଶୁଶାନ୍ତ ମହାପାତ୍ର , ବିଭାଗୀୟ କର୍ମଚାରୀ ପ୍ରଦୀପ କୁମାର ମହାନ୍ତି , ସୁରେନ୍ଦ୍ର ନାଥ ସେଠୀ ଓ ବୀର କିଶୋର ରାଉତ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ