ଓଡ଼ିଶା ଆସୁଛନ୍ତି ଏନ୍ଆଇଏ ଡିଜି
ଭୁବନେଶ୍ୱର: ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯାଗେଶ ଚନ୍ଦ୍ର ମୋଦି । ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ । ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି ।
ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ସେନେଇ ପ୍ରଶିକ୍ଷଣ ଦିଆଯିବ । ମାମଲାର ତଦନ୍ତ ବେଳେ ଦଫା ଓ ଆଇନର ବ୍ୟବସ୍ଥା କଣ ରହିଛି, ଏସବୁ ଦିଗ ଉପରେ ଟ୍ରେନିଂ ଦିଆଯିବ । ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଖି ଆଗରେ ରଖାଯାଇ ଏହି ଟ୍ରେନିଂ ହେଉଛି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏହି ଟ୍ରେନିଂ ଦିଆଯିବା ବେଳେ ବରିଷ୍ଠ ଅଧିକାରୀ ସାମିଲ ହେବେ ।