ରାଜ୍ୟରେ ୧୪,୩୭୯ ଟି ପ୍ରାଥମିକ ଏବଂ ୧୪ଟି ବିଇଡି କଲେଜ ସରକାରଙ୍କ ବନ୍ଦ ପ୍ରତ୍ୟାହାର ନେଇ ଏସୟୂସିଆଈ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ଯାଇଛି ।ଯାହାଫଳରେ ଛାତ୍ର ସମାଜ ଏକ ଦୁର୍ଦଶା ଦେଇ ଗତି କରୁଛନ୍ତି ।ଏହି ସମୟରେ ରାଜ୍ୟ ସରକାର ୧୪,୩୭୯ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୧୪ଟି ବିଇଡି କଲେଜ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ମୟୂରଭଂଜ ଜିଲ୍ଲାର ୧୧୦୬ ଟି ପ୍ରାଥମିକ ବନ୍ଦ ହେବ ତନ୍ମଧ୍ୟରୁ ରାଇରଙ୍ଗପର ଗୋଷ୍ଠୀ ଶିକ୍ଷା ଅଧୀନରେ ୧୯ଟି ସ୍କୁଲ ବନ୍ଦ ହେବାର ସୂଚନା ମିଳିଛି ।ସରକାରଙ୍କ ଶିକ୍ଷା ମାରଣ ନୀତି ଏବଂ ଶିକ୍ଷା ବ୍ୟବସ୍ଥାକୁ ବେସରକାରୀ ଅନୁଷ୍ଠାନ ହାତକୁ ଧୀରେ ଧୀରେ ଟେକି ଦେବା ନିଷ୍ପତ୍ତି ବିରୋଧରେ ଏସୟୁସିଆଇ ଦଳ ପକ୍ଷରୁ ତିବ୍ର ବିରୋଧ କରାଯାଇଛି ।୧୪ଟି ସରକାରୀ ବିଇଡି କଲେଜରେ ୧୬୫୦ ସିଟ ଥିଲା ।ତାହାର ନାମଲେଖାକୁ ବନ୍ଦ କରି ଦିଆଯାଇଛି ।୧୨ଟି ଡିଗ୍ରି କଲେଜରେ ୬୫୦ଟି ସେଲ୍ଫ ଫାଇନ୍ନାସ ଭିତ୍ତିରେ ୪୫,୦୦୦ ଟଙ୍କାର ନାମ ଲେଖା ଧାର‌୍ୟ୍ୟ କରାଯାଇଛି ଯାହାକି ସାଧାରଣ ଗରିବ ଘରର ପିଲାମାନେ ଅର୍ଥ ଅଭାବ ପାଇଁ ପାଠପଢାରୁ ବଂଚିତ ହେବେ ।ସରକାରଙ୍କ ଅପାରଗତା, ଦାୟିତ୍ବହୀନତା ,ଘରୋଇକରଣ ତଥା ଶିକ୍ଷାମାରଣ ନୀତି ନେଇ ରାଇରଙ୍ଗପୁର ଏସୟୁସିଆଇ ଦଳ ତରଫରୁ ବୁଧବାର ଦିନ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।ପରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ବନ୍ଦ ପ୍ରତ୍ୟାହାର ନିଷ୍ପତ୍ତି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କୁ ଦୁଇ ଦଫା ଦାବି ନେଇ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଏସୟୁସିଆଇ ଦଳର ଯୁବ ନେତା କରମୁଧର ଲୋହାର,ଫୁଲଚାନ୍ଦ ଲୋହାର, ମୁକୁନ୍ଦ ଲୋହାର, ଭାଗିରଥି ଲୋହାର, ସୋମାଇ ଟୁଡୁ, ଶାଙ୍ଖ ହେମ୍ରମ ଏବଂ ବହୁ ଦଳୀୟ କର୍ମି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ