ଗୋଲିଆ, ପାଙ୍ଗିଡି ଓ ମାଣିତରାରେ ଧାନ ମଣ୍ଡି ଖୋଲିଲା

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ଡିସେମ୍ବର ୧୬ ତାରିଖ ବୁଧବାର ଦିନ ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଲିଆ ସେବା ସମବାୟ ସମିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଧାନ ମଣ୍ଡି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଲିଆ ପଞ୍ଚାୟତର ସରପଞ୍ଚ ମନୋରମା ପ୍ରଧାନ, ସେବା ସମବାୟ ସମିତି ସମ୍ପାଦକ ଶିବରାମ ମହାପାତ୍ର ସମେତ ବହୁ ଗ୍ରାମବାସି ଉପସ୍ଥିତ ଥିଲେ l ସେହିପରି ମାଣିତରା ସେବା ସମବାୟ ସମିତିର ଧାନମଣ୍ଡିକୁ ପୂର୍ବତନ ସଭାପତି ବବୁଲ ନାୟକ ଉଦଘାଟନ କରିଥିବା ବେଳେ ସେବା ସମବାୟ ସମିତି ସମ୍ପାଦକ କେ.ନିରଞ୍ଜନ ଦୋରା ଓ ଚାଷୀମାନେ ଉପସ୍ଥିତ ଥିଲେ। ପାଙ୍ଗିଡି ସେବା ସମବାୟ ସମିତିର ଧାନ ମଣ୍ଡିକୁ ବିଧାୟକ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ସରପଞ୍ଚ ସୁଶାନ୍ତ କୁମାର ଆପଟ, ସମିତି ସଭ୍ୟ କୃଷ୍ଣ ରା ଓ ସୁପରଭାଇଜର ପ୍ରଫୁଲ ଜେନା ଯୋଗ ଦେଇଥିଲେ। ପାଙ୍ଗିଡି ସେବା ସମବାୟ ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଓ ବହୁ ଚାଷୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ