ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ବଡଗଡ଼ ଥାନା ପେଡିପଦର ଘାଟି ଅଂଚଳ ରେ ଲାଗିଥିବା ଗଞ୍ଜେଇ ଗଛ କୁ କାଟି ସଫା କଲା ଅବକାରୀ ବିଭାଗ ଓ ପୋଲିସ । ପାଖାପାଖି ୬୦ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା । ଗଂଜାମ ଜିଲ୍ଲାପାଳ ଓ ଏସପି ଙ୍କ ନିର୍ଦେଶ କ୍ରମେ ଆଜି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଚଢ଼ାଉ ରେ ଅବକାରୀ ବିଭାଗ,ବନ ବିଭାଗ ,ପୋଲିସ,ଗୁଇନ୍ଦା ସଂସ୍ଥା,ସ୍ଥାନୀୟ ତହସିଲଦାର,୩୦୦ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ । ସୋରଡ଼ା ବ୍ଲକ ଗୌଡ଼ଗୋଠ ପଂଚାୟତ ଅଂଚଳ ବହୁ ସ୍ଥାନରେ କରାଯାଉଥିବା ଗଞ୍ଜେଇ ଚାଷ କୁ କାଟି ପୋଡି ନଷ୍ଟ କରିଛନ୍ତି । ଆନୁମାନିକ ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହବ ବୋଲି କହିଛନ୍ତି ଅବକାରୀ ବିଭାଗ ଡ଼ିଏସପି ଅଭିମନ୍ୟୁ ବେହେରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ