କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ସାନଖେମୁଣ୍ଡି ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଶନିବାର ଗଜପତି ରୁ ଗଞ୍ଜାମ ଅଭିମୁଖେ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବ୍ରହ୍ମପୁର ସ୍ଥିତ ଦଳୀୟ କାର୍ଯ୍ୟକ୍ରମ ଯୋଗ ଦେବା ପାଇଁ ଆସୁଥିବା ବେଳେ ତପ୍ତପାଣି ଠାରେ ସାନଖେମୁଣ୍ଡି ବିଜେପି ପକ୍ଷରୁ ବିପୁଳ ମାତ୍ର ରେ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜେପି ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ସାନଖେମୁଣ୍ଡି ବିଜେପି ବିଧାୟକ ପାର୍ଥି ବିଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଯୋଗ ଦେଇ ସ୍ୱାଗତ କରିଥିଲେ।ଏଥି ସହିତ ତପ୍ତପାଣି ର ମା କନ୍ଧୁଣି ଦେବୀ ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ । ଏହା ପରେ ସ୍ଥାନୀୟ ଜନସାଧାରଣ ଓ ବିଜେପି କର୍ମୀ ସଦସ୍ୟ ମାନେ ତପ୍ତପାଣି ପଯ୍ୟଟନ ସ୍ଥଳୀର ଉନ୍ନତି କରଣ ରକ୍ଷଣା ବେକ୍ଷଣ ଉପରେ ଗୁରୁତ୍ୱ ସହ ତପ୍ତପାଣି ଘାଟିରେ ବାରମ୍ବାର ଘଟୁଥିବା ଦୁର୍ଘଟଣା କୁ ରୋକିବା ପାଇଁ ରାସ୍ତା ପ୍ରଶସ୍ତି କରଣ ଏବଂ ଏହାର ସ୍ଥାୟୀ ନିରାକରଣ ପାଇଁ ଦାବି ପତ୍ର ଦେଇ ସମସ୍ୟ ଗୁଡିକ ଉପ ସ୍ଥାପନା କରିଥିଲେ।କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ ଯନ୍ତ୍ରୀ ଙ୍କୁ ଚିଠି ଲେଖିବା ସହ ଖୁବଶୀଘ୍ର ସ୍ଥାୟୀ ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।।ମନ୍ତ୍ରୀ ଙ୍କ ଗସ୍ତ ସମୟରେ ଯୁବ ବିଜେପି ସଭାପତି ଏମ ଚିନ୍ମୟ ରେଡ୍ଡୀ, ଲିଟୁ ପ୍ରାଧନ,ମୁନେସ ଦୋରା, ସୁନୀଲ ପ୍ରଧାନ, ଦଣ୍ଡପାଣି ଦୋରା,ପାଣ୍ଡବ ପରିଡା, ବିଶୁ ଦୋରା,ପବିତ୍ର ତ୍ରିପାଠୀ, ,ଯମୁନା ନାୟକ,ଟି.ଗୋବିନ୍ଦପୁର ସରପଞ୍ଚ ମଙ୍ଗଳା ଗମାଙ୍ଗ, ଅରକେ ଜାନୀ ପ୍ରମୁଖ ଉପସ୍ଥିିତ ଥିଲେ। ।


