ବିଜେଡ଼ି ପକ୍ଷରୁ ଖବର ଦାତା ସମ୍ମିଳନୀ ; କଂଗ୍ରେସ କୁ ନିରୁପମା ଚ୍ୟାଲେଞ୍ଜ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଶନିବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦିଗପହଣ୍ଡି ନଗର ବିଜେଡ଼ି ର ସଭାପତି ଲକ୍ଷ୍ମୀ ନୃସିଂହ ମାର୍ଥା, ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ, ଉପାଧ୍ୟକ୍ଷ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଦଳୀୟ କାର୍ଯ୍ୟ କର୍ତ୍ତା ସୁରେନ୍ଦ୍ର ପଟ୍ଟନାୟକ, ଡ଼. ଯୁଧିଷ୍ଟିର ସ୍ବାଇଁ, ରମେଶ ଚନ୍ଦ୍ର ପାତ୍ର  ମାଗି ସେଠୀ  ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସମ୍ମିଳନୀ ରେ  ସ୍ଥାନୀୟ କଂଗ୍ରେସ ର ଦଳୀୟ ନେତୃବୃନ୍ଦ ଙ୍କ ବିରୋଧରେ ବିଶୋଦଗାର କରିଥିଲେ   ଦିଗପହଣ୍ଡି ଏନ୍ ଏ ସି ର ପ୍ରାକ୍ତନ କାଉନସିଲର ନିରୁପମା ପଟ୍ଟନାୟକ।  କଂଗ୍ରେସ ର ପରାଜିତ ବିଧାୟକ ପ୍ରାର୍ଥୀ ଗତ ଶୁକ୍ରବାର ଖବରଦାତା ସମ୍ମିଳନୀ ଡକାଇ ତାଙ୍କ ସମ୍ପର୍କରେ ଯେଭଳି ଆକ୍ରୋଶ ମୂଳକ ମନ୍ତବ୍ୟ ପ୍ରଦାନ କରିଛନ୍ତି। ତାହା ସଂପୂର୍ଣ୍ଣ ମନଗଢ଼ା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସେ ଦଳ ବିରୋଧୀ କାର୍ଯ୍ୟ କଳାପ ରେ ଜଡିତ ଥିବା ରୁ ତାଙ୍କୁ କଂଗ୍ରେସ ଦଳ ପୂର୍ବରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିବା ଯାହା କୁହାଯାଇଛି। ସେ ସବୁର ଗୋଟି ଗୋଟି କରି   ପ୍ରମାଣ ଦେବାକୁ ସେ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ। ମୁଁ ନୁହେଁ ବରଂ ସେ ପୂର୍ବରୁ ଏନ୍ ଏ ସି ଅଧ୍ୟକ୍ଷ ପଦବୀ ଲୋଭରେ କଂଗ୍ରେସ ଦଳ ତ୍ୟାଗ କରି ବିଜେଡ଼ି କୁ ଯାଇଥିଲେ। କଂଗ୍ରେସ ରେ ରହି ଲୋକଙ୍କ ସେବା କରିବା ରେ କଷ୍ଟ ଅନୁଭବ କରିବାରୁ ସେ ଗତ ୭ ତାରିଖରେ ଇସ୍ତଫା ଦେଇ ୧୬ ତାରିଖରେ ବିଜେଡ଼ି ରେ ଯୋଗ ଦେଇଥିବା କହିଥିଲେ।  କଂଗ୍ରେସ ର ଦଳୀୟ ନେତୃବୃନ୍ଦ ଙ୍କ ହାମ୍ ବଡା ନୀତି ଓ ଅତ୍ୟାଚାର ରେ ଅତିଷ୍ଠ ହେବାରୁ ସେ ଦଳତ୍ୟାଗ କରିଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସୁଶାସନ ,ନାରୀ ସଶକ୍ତିକରଣ , ଉନ୍ନତି ମୂଳକ କାର୍ଯ୍ୟ ଓ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଡ଼. ସୂର୍ଯ୍ୟନାରାୟଣ ପାତ୍ର ଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସେ ବିଜେଡ଼ି ରେ ସାମିଲ ହୋଇଥିବା କହିଥିଲେ। ଗତ ଏନ୍ ଏ ସି ୱାର୍ଡ ନିର୍ବାଚନରେ ତାଙ୍କୁ କଂଗ୍ରେସ ତାର ଦଳୀୟ ଟିକେଟ ପ୍ରଦାନ କରି ବିଜୟୀ କରାଇଥିଲା । ପରେ ସ୍ଥାନୀୟ ନେତୃବୃନ୍ଦ ଙ୍କ ସୁପାରିଶ କ୍ରମେ ତାଙ୍କୁ ଗଞ୍ଜାମ ଜିଲା କଂଗ୍ରେସ କମିଟି ର ଦାୟିତ୍ଵ ପୂର୍ଣ୍ଣ  ସମ୍ପାଦିକା ପଦବୀରେ ଅବସ୍ଥାପିତ କରାଇଥିଲା। ତଥାପି ସେ କାହିଁକି ଦଳ ତ୍ୟାଗ କଲେ ବୋଲି ପ୍ରଶ୍ନ କରିବାରୁ ତାଙ୍କୁ ଖାଲି ପବନରେ ପଦବୀ ଦିଆଯାଇଥିଲା। କିନ୍ତୁ କୌଣସି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟତମ ସୂଚନା ଦିଆଯାଉ ନଥିଲା। ଏପରିକି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ ତାଗିଦ କରାଯାଉଥିଲା। ବିଭିନ୍ନ ସମୟରେ ସାନଖେମୁଣ୍ଡି ବିଧାୟକ ଙ୍କ ପରାମର୍ଶ କ୍ରମେ ସେ ଦଳୀୟ କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ କେଉଁ ସ୍ବାର୍ଥ ଚରିତାର୍ଥ ପାଇଁ ସେ ବିଜେଡ଼ି ରେ ଯୋଗଦେଲେ ବୋଲି ପ୍ରଶ୍ନ କରିବାରୁ ଗରିବ ଲୋକଙ୍କ ସମସ୍ୟା ଜଣାଇବାକୁ ବିଧାୟକ ଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସହାୟକ ଙ୍କୁ ବହୁବାର ଫୋନ୍ କଲେ ମଧ୍ୟ ଉଭୟେ ଫୋନ ନ ଉଠାଇବା ଲୋକଙ୍କ ପାଖରେ ତାଙ୍କ ସମ୍ମାନ ରହିଲା ନାହିଁ । ତେଣୁ ବାଧ୍ୟ ହୋଇ ସେ କଂଗ୍ରେସ ଦଳ ତ୍ୟାଗ କରିଥିବା ଉଲ୍ଲେଖ କରିଥିଲେ। ସେ କୌଣସି ପଦପଦବୀ ପାଇଁ ଲୋଭ ରଖି ନାହାନ୍ତି। ବିଜେଡ଼ି ର ଜଣେ ସାଧାରଣ ମହିଳା ସୈନିକ ଭାବେ ସେ କାମ କରି ଚାଲିବେ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ନଗର ବିଜେଡ଼ିର ପ୍ରମୁଖ କାର୍ଯ୍ୟକର୍ତ୍ତା ଜିତେନ୍ଦ୍ର ମାର୍ଥା, ସୁଶାନ୍ତ କୁମାର ପାତ୍ର, ନିଗମ ପ୍ରସାଦ ପଣ୍ଡା, ପ୍ରଶାନ୍ତ ପାଣିଗ୍ରାହୀ, ନୀଳକଣ୍ଠ ପଟ୍ଟନାୟକ, ଶିବ ଶଙ୍କର ଗୌଡ, ବଳରାମ ମହାରଣା, ଟୁଲୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ