ଜକର ଗ୍ରାମପଞ୍ଚ।ୟତରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ

(ଗଞ୍ଜାମ): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବାଣୀ ଏବଂ ବିଚାର ଅ।ଜି ମଧ୍ୟ ଏ ସମାଜ ପାଇଁ ଅପରିହାଯର‌୍ୟ ବେ।ଲି ବିଶିଷ୍ଟ ବେଷଜବିତ୍ ତଥା ସମାଜସେବୀ ଡ଼ା. ପ୍ରଫୁଲ ଚନ୍ଦ୍ର ସାହୁ ମତବ୍ୟକ୍ତ କରିଛନ୍ତି । ବ୍ରହ୍ମପୁର ଠାରୁ ୪୫ କିମି ଦୂର ଜକର ଗ୍ରାମପଞ୍ଚାୟତରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯେ।ଗଦେଇ ଡ଼ା. ସାହୁ କହିଲେ ଯୁବ ସମାଜ କ୍ଷମତା ପଛରେ ନ ଗେ।ଡ଼ାଇ ରାଷ୍ଟ୍ର ଓ ଦେଶ ନିର୍ମାଣ ପାଇଁ ଅ ।ଗେଇ ଅ ।ସିବାକୁ ପରାମର୍ଶ ଦେଇଥିଲେ । ସେ ।ଭିଏତ ରୁଷର ତାସକେନ ଠାରେ ସବୁ ରାସ୍ତା ଗଳିରେ ଶାସ୍ତ୍ରୀଙ୍କ କଥା ଉଲ୍ଲେଖ ରହିଥିବା କଥା ପ୍ରକାଶ କରିଥିଲେ । ଅ।ଜି ମଧ୍ୟ ପୃଥିବୀରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ଅ।ନ୍ତର୍ଜାତିକ ଅହିଂସା ଦିବସ ରୂପେ ପାଳନ କରାଯାଉଛି । ଶାନ୍ତିଦୂର ଲାଲବାହାଦୁର ଓ ଗାନ୍ଧୀଙ୍କ ବିଚାର ଅ ।ଜି ମଧ୍ୟ ଅପରିହାଯର‌୍ୟ ହେ।ଇଛି । ସୂଚନାଥାଉକି, ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଗସ୍ତରେ ଅ।ସିଥିବା ବେଳେ ଗଞ୍ଜାମ ଜିଲାକୁ ୧୯୨୧, ୧୯୨୭ ଓ ୧୯୪୬ ମସିହାରେ ତିନିଥର ଗସ୍ତ କରିଥିଲେ ବେ।ଲି ସମ୍ମାନିତ ଅତିଥି ଶ୍ରୀ ରଥ ପ୍ରକାଶ କରି ଓଡ଼ିଶା ପାଇଁ ଗାନ୍ଧୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଥିଲା ବେ।ଲି କହିଥିଲେ । ସେ ଓଡ଼ିଶାର ଦାରିଦ୍ର‌୍ୟତା ଦେଖିବା ପରେ ସେ ନିଜର ପେ ।ଷାକ ମଧ୍ୟ ପରିବର୍ତ୍ତନ କରି ଦେଇଥିଲେ ।
ସ୍ଥାନୀୟ ସରପଞ୍ଚ ତଥା ଶିକ୍ଷାବିତ୍ ଚୈତନ୍ୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ପଣ୍ଡିତ ଗଣେଶ ପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅବସରପ୍ରାପ୍ତ ପ୍ରଫେସର ଡ଼. ଡ଼ମ୍ବରୁଧର ସାହୁ, ଜାତୀୟ ସାମ୍ବାଦିକ ୟୁନିଅନ ସଭାପତି ତଥା ନବୀନର ସମ୍ପାଦକ ରବି ରଥ, ଭାରତ ସରକାରଙ୍କ କ୍ଷେତ୍ର ପ୍ରଚାର ସଂସ୍ଥାର ଅଧିକାରୀ ମନମେ ।ହନ ପାଢ଼ୀ, ଗଡ଼ଗେ।ବିନ୍ଦପୁର ସରପଞ୍ଚ ହରିବନ୍ଧୁ ରେଡ଼ି, ଡ଼ା. ସିଦ୍ଧାର୍ଥ ଶତପଥୀ, ସାହିତ୍ୟିକ କପିଳ ଚନ୍ଦ୍ର ମହାନ୍ତି, ସମାଜସେବୀ ଜଗନ୍ନାଥ ପାଢ଼ୀ, ପଞ୍ଚାୟତ କାଯର‌୍ୟନିର୍ବାହୀ ଅଧିକାରୀ ଛବି ବେହେରା ପ୍ରମୁଖ ଉଦବେ ।ଧନ ଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଦର୍ଶନ ଉପରେ ବ୍ୟାପକ ଅ ।ଲେ ।ଚନା କରି ଜାତିର ପିତା ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାର ଅ।ୟେ।ଜକ ତଥା ଅ।ବାହକ କପିଳେଶ୍ୱର ପାଢ଼ୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ରଘୁନାଥ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବାବାଜୀ ଭୀମସେନ ବିଦ୍ୟାପୀଠର ଛାତ୍ର ଦୁର୍ଗା ପ୍ରସାଦ ପ୍ରଧାନ ଗାନ୍ଧିଙ୍କ ବେଶରେ ସଜ୍ଜିତ ହେ ।ଇ ସମସ୍ତଙ୍କ ମନ ମେ ।ହିଥିଲେ । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ବକ୍ତୃତା ପ୍ରତିଯେ ।ଗିତା ଅନୁଷ୍ଠିତ ହେ ।ଇଥିଲା । ଏଥିରେ କୃତି ପ୍ରତିଯେ।ଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଜାତୀୟ ସଂଗୀତ ଓ ଗାନ୍ଧୀ ଭଜନ ଗାନ କରାଯାଇଥିଲା । ଶେଷରେ ରଘୁନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ