ପୂର୍ତ ବିଭାଗ ରାସ୍ତା ମରାମତି ନାଁରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଆତ୍ମସାତ;ରାସ୍ତା ସୁଧରିବାରେ ନାଁ ଧରୁନି

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ପୂର୍ତ ବିଭାଗର ଶିଖର-ବାଲିଭଉଁରୀ,ନାଉଗାଁ-ଅରଖକୁଦ, ନାଉଗାଁ-ବାଲିକୁଦା, ପାଳସାହି-ନୂଆଗାଁ, ଅଲଣାହାଟ-କୁଣ୍ଡେଶ୍ୱର, କୋକିଡିହ-ତେଲସରାକୁ ସଂଯୋଗୀକରଣ ରାସ୍ତା ରହିଛି । ଏହି ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ପୂର୍ତ ବିଭାଗ କରିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ପୂର୍ତ ବିଭାଗ ରହିଛି । ପ୍ରତି ବର୍ଷ ଉକ୍ତ ରାସ୍ତା ଗୁଡିକ ମରାମତି ହେଉଥିବା ବେଳେ ଦିନ କେତେଟା ମଧ୍ୟରେ କେଉଁଠି ରାସ୍ତା ଫାଟି ଗଲାଣି ତ କେଉଁଠି ରାସ୍ତାରୁ ଗୋଡି ବାହାରିଥିବା ଦେଖିବାକୁ ମିଳିଛି । ୨୦୧୯-୨୦ ଆର୍ôଥକ ବର୍ଷରେ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ ସଂପ୍ରସାରଣ କରାଯାଇଥିଲା । କିନ୍ତୁ ସଂପ୍ରସାରଣ ହୋଇଥିବା ରାସ୍ତାର ଢଳେଇ ଫାଟି ଥିବା ବେଳେ କେଉଁଠି କଂକ୍ରିଟ ସବୁ ଖଣ୍ଡ ଖଣ୍ଡ ହୋଇ ଉଠିଗଲାଣି । ଏପରିକି ପିଚୁ ରାସ୍ତାରୁ ପିଚୁ ଉଠି ଯାଇଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଲା ବିଭାଗ ଦ୍ୱାରା ପ୍ରତିବର୍ଷ ରାସ୍ତା ପାଶ୍ୱର୍ ସଫେଇ ପାଇଁ ଅର୍ଥ ବ୍ୟୟ ବରାଦ କରାଯାଉଛି । କିନ୍ତୁ ନିୟୋଜିତ ଠିକାଦାର ମାନେ ନାମକୁ ମାତ୍ର ଘାସ ସଫା କରି ବିଲ କରୁଥିବା ଦେଖିବାକୁ ମିଳିଛି । ନିମ୍ନମାନର ମରାମତି କାର୍ଯ୍ୟ ଯୋଗୁ ରାସ୍ତା ଫାଟୁଥିବା ବେଳେ ଠିକାଦାର ମାନେ ମରାମତି ଆଳରେ ଅର୍ଥ ଆତ୍ମସାତ କରୁଥିବା ଜଣାଯାଇଛି । ଏ ବିଷୟରେ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ତୋଷ ମହାପାତ୍ରଙ୍କୁ ପଚାରିବାରୁ କେଊଁ ରାସ୍ତା ଫାଟିଛି ତାହା ତଦନ୍ତ କରାଯାଇ କାର୍ଯ୍ୟ କରାଯିବ ବୋଲି କହିଥିଲେ । ସେହିପରି ଠିକାଦାର ମାନେ ଯେତିକି ରାସ୍ତାର ଉପରେ ଥିବା ଗଛଲତା ସହିତ ଘାସ ସଫା କରୁଛନ୍ତି, ତାହାର ମାପ ଅନୁସାରେ ବିଲ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ