ବନରକ୍ଷୀ ଙ୍କ ବାସଭବନ ଓ କାର୍ଯ୍ୟାଳୟ କୋଠା ଉଦଘାଟିତ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ ଅଧୀନରେ ଥିବା ବି.ତୁରୁବୁଡି ବନରକ୍ଷୀ ଙ୍କ ବାସଭବନ ଓ ବିଟ କାର୍ଯ୍ୟାଳୟ କୋଠା କୁ ବୁଧବାର ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଉଦଘାଟନ କରିଥିବା ଜଣାପଡିଛି। ନାରାୟଣପୁର ଇନ୍ଦିରା ଆବାସ ବାଉଁଶିଆ ପଲ୍ଲୀ ରାସ୍ତା କଡ଼ରେ ବନ ବିଭାଗ କାମ୍ପା ପାଣ୍ଠି ରୁ ୬.୮୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ନବନିର୍ମିତ ବନରକ୍ଷୀ ଙ୍କ ପାଇଁ ଉଦ୍ଦିଷ୍ଟ ବାସଗୃହ ଓ କାର୍ଯ୍ୟାଳୟ ଉଦଘାଟନ ଉତ୍ସବରେ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ର ଡେପୁଟି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ, ଫରେଷ୍ଟର କମଳ ପାତ୍ର , ଶିବରାମ ନାୟକ, ସନ୍ତୋ ଷ ମଲ୍ଲିକ ଓ ବି.ତୁରୁବୁଡି ବିଟର ବନରକ୍ଷୀ ସୁବାସିନି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


