କାର ସହ ଗଞ୍ଜେଇ ଜବତ-୨ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗତକାଲି ରାତିରେ ଭଞ୍ଜନଗର – ଫୁଲବାଣୀ ରାସ୍ତାର ଦୁର୍ଗାପ୍ରସାଦ ନିକଟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ହୋଣ୍ଡା ସିଟି କାର ଗାଡିରେ ଗଂଜେଇ ଯାଉଥିବା ସନ୍ଦେହ କରି , ଗାଡି ଟିକୁ ଅଟକାଇ ତଲାସୀ କରିଥିଲେ l ସେହି ଗାଡି କୁ ତଲାସୀ କରିବାରୁ ସେଥିରୁ 2 ଟି ବସ୍ତା ରେ 54 କେଜି 460 ଗ୍ରାମ ଗଞ୍ଜେଇ ବାହାରିଥିଲା l ଗଞ୍ଜେଇ ସହ ସେହି ଗାଡି ଟିକୁ ପୋଲିସ ଜବତ କରିବା ସହ କାର ରେ ବସିଥିବା ସାମୁଏଲ ଦିଗାଲ, ବାଦଲ ମଲିକ ନାମକ 2 ଜଣ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରି 654/20 ଏକ ମାମଲା ରୁଜ୍ଜୁ କରିଛି l ସେହି କାର ରେ ଗଂଜେଇ ବାଲିଗୁଡା ରୁ ଭୁବନେଶ୍ୱର କୁ ଚାଲାଣ ହେବାର ଯୋଜନା ଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l


