ତୁଳସୀ ପୂଜନ ସହିତ ଗୀତା ଜୟନ୍ତୀ ଅନୁଷ୍ଠିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭାରତୀୟ ସଂସ୍କୃତି ଓ ଧାର୍ମିକ ପରମ୍ପରା ଭିତ୍ତିରେ ଆଦିମାତା ମା ତୁଳସୀଦେବୀଙ୍କ ପୂଜା ଆଜି ଅନୁଷ୍ଟିତ ହୋଇଯାଇଛି । ଏହିପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ପରିସରରେ ଯୁବ ଶିକ୍ଷକ ପବନ କୁମାର ନାୟକଙ୍କ ସଂଯୋଜନାରେ ମା ବୃନ୍ଦାବତୀ ତୁଳସୀ ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଏହାସହିତ ଶ୍ରୀମଦ ଭଗବତ ଗୀତା ଜୟନ୍ତୀ ଓ ପୂଜନ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ଶ୍ରୀମଦ ଭଗବତ ଗୀତା ଓ ବୃନ୍ଦାବନୀ ତୁଳସୀ ମାଙ୍କ ପୂଜନ ଆମ ପାଇଁ ଗୁୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଦେହର ରୋଗ ପାଇଁ ତୁଳସୀ ସେବନ ଓ ମନର ରୋଗ ପାଇଁ ଗୀତା ପଠନ ଦୈନନ୍ଦିନ ଆବଶ୍ୟକତା ବୋଲି ଶ୍ରୀ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଆଚାର୍ଯ୍ୟ ସୁଶାନ୍ତ କୁମାର ସେନାପତି, ନିର୍ମଳ କୁମାର ସେନାପତି, ଗଙ୍ଗାଧର ପଳତା, ଅଜୟ କୁମାର ରାଉତ, ସମ୍ବାଦଦାତା ଦୁର୍ଯ୍ୟୋଧନ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ତୁଳସୀ ପୂଜନ ସହିତ ଗୀତା ଜୟନ୍ତୀ ପାଳନ ଆବଶ୍ୟକତା ସମ୍ପର୍କରେ ମତ ଦେଇଥିଲେ । ପ୍ରାରମ୍ଭରେ ଆଚାର୍ଯ୍ୟା ସୁଜାତା ପାଢୀ, ସ୍ନେହଲତା ମହାନ୍ତି, ସ୍ୱେଦେଶ୍ନା ପାତ୍ର, ବିଶ୍ୱପ୍ରଭା ପଲେଇ, ପ୍ରଭାତୀ ବାହାଲିଆ, କୁଞ୍ଜଲତା ସେନାପତି ପ୍ରମୁଖ ତୁଳସୀ ବୃକ୍ଷ ମୂଳରେ ବିଭିନ୍ନ ପୁଷ୍ପ ସହ ନୂତନ ବସ୍ତ୍ର ଓ ନୈବିଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ନାୟକ, କେଶବ ଚନ୍ଦ୍ର ସେଠୀ, ଦିଲ୍ଲିପ କୁମାର ଜେନା, ପ୍ରଜ୍ଞାପରମିତା ବାରିକ, ପ୍ରତିଭା ନାୟକ, ନିତ୍ୟାନନ୍ଦ ସେନାପତି, ଦିଲ୍ଲିପ କୁମାର ଜେନା, ସୁଶାନ୍ତ କୁମାର ପଣ୍ଡା, ରଶ୍ମିତା ରାଉତ, ଜ୍ୟୋତିର୍ମୟୀ ମିଶ୍ର, ମଧୁସ୍ମିତା ଷେଣ୍ଢ, ଅନିତା ବେହେରା, ଅର୍ପିତା ନାୟକ, ଦମୟନ୍ତୀ ଦାସ, କବିତାରାଣୀ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ । ଅନୁରୂପ ଭାବେ ପୁରୀପଡା ସ୍ଥିତ ସରୋଜିନୀ ନନ୍ଦ ବିଦ୍ୟାଳୟ ଠାରେ ଶିକ୍ଷୟତ୍ରୀ ବିଶାଖା ବଳଙ୍କ ସଂଯୋଜନାରେ ତୁଳସୀ ପୂଜନ ସହିତ ଗୀତା ପୂଜନ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆରସିସି ପୁଷ୍ପକ ଚନ୍ଦ୍ର ଭାରତୀ ଯୋଗଦେଇ ଉତ୍ସବ ସମ୍ପର୍କରେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରୋଜାଲିନ ମଲ୍ଲିକ, ମନୋରଞ୍ଜନ ରାଉତ, ପୁରସ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


