ଶିକ୍ଷାବିତ ଅଭିରାମ ପଣ୍ଡାଙ୍କ ଦ୍ୱିତୀୟ ବାର୍ଷିକ ସ୍ମୃତିସଭା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଣ୍ଣୁପୁର ଶାସନ ଠାରେ ଶିକ୍ଷାବିତ ସ୍ୱର୍ଗତ ଅଭିରାମ ପଣ୍ଡାଙ୍କ ଦ୍ୱିତୀୟ ବାର୍ଷିକ ସ୍ମୃତିଚାରଣ ସଭା ସମାଜସେବୀ ପ୍ରଭାକର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ବିମ୍ବାଧର ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ନିତ୍ୟାନନ୍ଦ ପାଣି, ରବିନ୍ଦ୍ର କୁମାର ନନ୍ଦ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଜୀବନ ଶୈଳୀ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଓ ପରୁଷୋତ୍ତମ ଧଳ, ଉମେଶ ପତି, ପ୍ରଫୁଲ୍ଲ ପଣ୍ଡା, ଗଦାଧର ପଣ୍ଡା, ଭାସ୍କର ଚନ୍ଦ୍ର ଦାସ, ରାମକୃଷ୍ଣ ସାମଲ, ନିତ୍ୟାନନ୍ଦ ରାଉତ, ଚନ୍ଦ୍ରଶେଖର ଦାସ, ଅକ୍ଷୟ ବେହେରା ପ୍ରମୁଖ ଦିବଂଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ନୀରବପ୍ରାର୍ଥନା ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମକୁ ରଘୁନାଥ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ଏଲୋରା ପଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ