୨୦ କୋଟି ଟଙ୍କାରେ ର୍ନିମିତ ଦେଶର ସବୁଠାରୁ ମହଙ୍ଗା ଦୁର୍ଗା ମୂର୍ତ୍ତି; ବ୍ୟବହାର ହୋଇଛି ୫୦ କେଜି ସୁନା

ଦୁର୍ଗା ପୂଜା ପାଇଁ ସାରା ଦେଶରେ ଆକର୍ଷଣର କେନ୍ଦ୍ର ସାଜିଥିବା ପଶ୍ଚିମବଙ୍ଗର କଲକାତା ଏଥର ମଧ୍ୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ପୂଜା କମିଟି ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥିବା ବେଳେ ଏହି ଧାରାରେ ଆଗରେ ରହିଛି କଲକାତା ସହରର ଏକ ପୂଜା ମଣ୍ଡପ । ପ୍ରାୟ ୨୦ କୋଟି ଟଙ୍କାର ଦୁର୍ଗା ମା’ଙ୍କ ମୂର୍ତ୍ତି ର୍ନିମାଣ କରି ପୁଣି ଚର୍ଚ୍ଚାକୁ ଆସିଛି ଏହି ମଣ୍ଡପ । ଯାହା ସାରା ଦେଶର ପ୍ରଥମ ବୋଲି କମିଟିର ଅଧ୍ୟକ୍ଷ ଦାବି କରିଛନ୍ତି ।
ଗତ ଦୁଇ ବର୍ଷ ତଳେ ୨୨ କେଜି ଓଜନର ସୁନା ମୂର୍ତ୍ତି ର୍ନିମାଣ କରି ଚର୍ଚ୍ଚାକୁ ଅ ।ସିଥିବା ଏହି ପୂଜା କମିଟି ଚଳିତ ବର୍ଷ ୫୦ କେଜି ଓଜନର ସୁନା ଦୁର୍ଗା ମୂର୍ତ୍ତି ର୍ନିମାଣ କରିଛିୟ କେବଳ ମୂର୍ତ୍ତି ନୁହେଁ ପେଣ୍ଡାଲ ର୍ନିମାଣରେ ମଧ୍ୟ ସୁନା ବ୍ୟବହାର କରାଯାଇଛି । ଏହା ସହ ମା’ଙ୍କ ବାହନ ଏବଂ ମହିଷାସୁରକୁ ମଧ୍ୟ ସୁନାରେ ସଜା ଯାଇଛି । କଲକାତାର ସନ୍ତୋଷ ମିତ୍ର ସ୍କୱାୟାର ଦୁର୍ଗାତ୍ସୋବ ସମିତି ପକ୍ଷରୁ ଏହା ର୍ନିମାଣ କରାଯାଇଛି ।
୧୩ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ର୍ନିମାଣ କରିବା ପାଇଁ ଆୟୋଜକମାନେ କିଛି ଟଙ୍କା ନେଇ ନାହାନ୍ତି । ବରଂ ଅଳଙ୍କାର ଦୋକୀନଙ୍କ ଠାରୁ ସୁନା ସଂଗ୍ରହ କରି ଏହାକୁ ର୍ନିମାଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛିୟ ମୂର୍ତ୍ତିି ବିସର୍ଜନ ପରେ ସେମାନେ ନିଜ ସୁନା ଫେରି ପାଇବେ ବୋଲି କିମିଟି ପକ୍ଷରୁ କୁହାଯାଇଛି । ଏହାର ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ୨୦୧୭ରେ ଏହି ପୂଜା କିମିଟି ପକ୍ଷରୁ ୨୨ କେଜି ଓଜନର ସୁନା ମୂର୍ତ୍ତିି ର୍ନିମାଣ କରାଯାଇଥିଲା । ଯାହା ସେତେବେଳର ସବୁଠାରୁ ଅଧିକ ବଜେଟ୍ ଥିବା ବେଳେ ଆକର୍ଷଣର କେନ୍ଦ୍ର ପାଲଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ