ମଧୁମେହ ରୋଗୀଙ୍କୁ କ୍ୟାନସର୍ ଆଶଙ୍କା ଅଧିକ


ସ୍ୱିଡିଶ୍ ନ୍ୟାଶନାଲ୍ ଡାଇବେଟିସ୍ ରେଜିଷ୍ଟର୍(ଏନ୍ଡିଆର୍)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍ ଆଶଙ୍କା ବଢ଼ିପାରେ । ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍ କ୍ୟାନସର୍ ଏବଂ ୫ ପ୍ରତିଶତ ଲୋକଙ୍କୁ ସ୍ତନ କର୍କଟ ହେବାର ଭୟ ଥାଏ । ଯେଉଁମାନଙ୍କୁ ପ୍ରଥମେ କ୍ୟାନସର୍ ଏବଂ ପରେ ଡାଇବେଟିସ୍ ହୁଏ, ସେମାନଙ୍କ ମଧ୍ୟରେ ସ୍ତନ ଏବଂ ପ୍ରୋଷ୍ଟେଟ୍ କ୍ୟାନସର୍ ଯୋଗୁ ମୃତ୍ୟୁ ଆଶଙ୍କା ୨୫ ପ୍ରତିଶତରୁ ୨୯ ପ୍ରତିଶତ ବୃଦ୍ଧି ପାଇଥାଏ । ବିଶ୍ୱସ୍ତରରେ ପ୍ରାୟ ୪୧.୫ କୋଟିରୁ ଊଦ୍ଧ୍ୱର୍ ଲୋକ ମଧୁମେହରେ ପୀଡ଼ିତ । ପ୍ରତି ୧୧ଜଣରେ ଜଣେ ବୟସ୍କ ମଧୁମେହରେ ପୀଡ଼ିତ । ୨୦୪୦ ବେଳକୁ ଏହି ସଂଖ୍ୟା ବୃଦ୍ଧିପାଇ ୬୪.୨ କୋଟି ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ