ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରୀକା!ଆନନ୍ଦପୁର-ଦୁବୁଲାବେଡା ପ୍ରଧାନମନ୍ତ୍ରୀ ରାସ୍ତା ମରାମତି ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ଗ୍ରାମ୍ଯ ଉନ୍ନୟନ ବିଭାଜନ କାର୍ଯ୍ଯାଳୟ, ରାଇରଙ୍ଗପୁର ଅନତିଦୂରରେ(୧କିମି) ଦୁବୁଲାବେଡା-ଆନନ୍ଦପୁର ପ୍ରଧାନମନ୍ତ୍ରୀ ରାସ୍ତା ମରାମତିରେ ଦୁର୍ନିତି ଗନ୍ଧ ବାରିହେଉଛି । ରାସ୍ତା ଖାଲଖମାଲ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ।ସେଥିପାଇଁ ଆର ଡି ପକ୍ଷରୁ ଠିକାଦାରଙ୍କୁ ତାଗିଦ କରାଯିବା ଫଳରେ ରାସ୍ତା ଆନନ୍ଦପୁର ସ୍କୁଲଠାରୁ ଦୁବୁଲାବେଡା ଛକ ପର୍ଯ୍ଯନ୍ତ ମରାମତି କାମ ଆରମ୍ଭ କରାଯାଇଛି ।ହେଲେ କାମ ଅତି ନିମ୍ନମାନର କରାଯାଉଛି ।ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ଯ ଗ୍ରାମ୍ଯ ଉନ୍ନୟନ ବିଭାଗ କର୍ଣପାତ କରୁ ନାହାଁନ୍ତି ।ଏହି ରାସ୍ତା ଦେଇ ଗୋରୁମହିଷାଣୀରୁ ଟାଟା ବହୁ ଭାରିଯାନ ଯିବା ଆସିବା କରେ ।ତଦସହ ବହୁ ଗ୍ରାମର ଲୋକେ ଏହି ମୁଖ୍ୟ ରାସ୍ତାରେ ଗତାଗତ ଓ ପରିବହନ କରନ୍ତି ।ତେଣୁ ନିମ୍ନମାନର କାମ ଯୋଗୁଁ ପିଚୁ ଉଠିବାର ସମ୍ଭାବନା ଦେଖାଦେଇଛି । ରାସ୍ତା ଖାଲରେ ବଜୁରି-ପାଣି ଓ ପ୍ରାଇମାର ମାରି ରାସ୍ତା ମରାମତି ଥୁକପାଲିସି କରୁଥିବା ଗୁରୁତର ଅଭିଯୋଗ ହୋଇଛି ।ଯନ୍ତ୍ରୀ ରାୟବାବୁ କାର୍ଯ୍ଯସ୍ଥଳୀକୁ କେବେ ତଦାରଖ କରିବାକୁ ଆସନ୍ତି ନାହିଁ ।ଆର ଡି ବିଭାଗ ତରଫରୁ ତୁରନ୍ତ ମରାମତି କାମ ଯାଞ୍ଚ କରାଯାଇ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହ ରାସ୍ତା ମରାମତି ଠିକ୍ ଭାରେ କରାଯିବା ପାଇଁ ଦାବି ହେଉଛି ନଚେତ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିବାକୁ ବାଧ୍ଯ ହେବେ ।ସେଥିପାଇଁ ଆର ଡି ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀ ଦୁଃଖର ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ